spot_img

Latest Posts

ଉତ୍ତରାଖଣ୍ଡର ବାଡାହୋତୀରେ ଚୀନର ଅନୁପ୍ରବେଶ ଉଦ୍ୟମ ! ମୁଖ୍ୟମନ୍ତ୍ରୀ କହିଲେ 'ମୋ ପାଖରେ କୌଣସି ସୂଚନା ନାହିଁ'

ଦେହରାଡୁନ: ଗତ ମାସରେ ଉତ୍ତରାଖଣ୍ଡର ବାଡାହୋତୀ ଅଞ୍ଚଳରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର ଆସିବା ପରେ ଆଲୋଡ଼ନ ଦେଖାଦେଇଛି । ସୂଚନାନୁସାରେ, ଚୀନ ସେନା କର୍ମଚାରୀମାନେ ପୂର୍ବରୁ ଚାମୋଲି ଜିଲ୍ଲାର ବାଡାହୋତୀ ‘No Man’s Land’ ପରିଦର୍ଶନ କରିଥିଲେ, କିନ୍ତୁ ଏହା ପ୍ରଥମ ଘଟଣା ଯେତେବେଳେ ଗତ ମାସରେ ବହୁ ସଂଖ୍ୟକ ସୈନିକ ସେଠାରେ ବୁଲୁଥିବାର ଦେଖାଯାଇଥିଲା। ଚୀନ୍‌ର ଏହି କାର୍ଯ୍ୟକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଛି । ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ବର୍ତ୍ତମାନ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଯଦିଓ ପୂର୍ବତନ ସିଏମ୍ ଏବଂ ପୂର୍ବତନ ରାଜ୍ୟପାଳ ରାଜ୍ୟ ସୀମାରେ ଅନୁପ୍ରବେଶ ବିଷୟରେ ଆଲୋଚନା କରିଛନ୍ତି ।

କାହିଁକି ଚର୍ଚ୍ଚାରେ ବାଡାହୋତୀ ?

ବାସ୍ତବରେ, ଚାମୋଲି ଜିଲ୍ଲାରେ ପଡୁଥିବା ବାଡାହୋତୀ ହେଉଛି ଏକ ଅଞ୍ଚଳ ଯେଉଁଠାରେ ତିବ୍ଦତୀୟ ମେଷପାଳକମାନେ ନିଜ ପଶୁ ଚରାଇବା ପାଇଁ ମଧ୍ୟ ଯାଆନ୍ତି । ୧୯୬୨ ପୂର୍ବରୁ, ଉତ୍ତରାଖଣ୍ଡର ନୀତି ଉପତ୍ୟକାର ମେଷପାଳକମାନେ ମଧ୍ୟ ଏଠାକୁ ଆସୁଥିଲେ, କିନ୍ତୁ ଏହା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଗଲା । କିଛି ସମୟ ପାଇଁ, ଚୀନର ସୈନିକମାନେ ଏଠାରେ ଅନେକ ଥର ଦେଖାଯାଇଥିଲେ । ସେମାନେ ଏହି ଅଞ୍ଚଳକୁ ଆସି ବୁଲନ୍ତି, ସିଗାରେଟ୍ ଏବଂ ଅନ୍ୟାନ୍ୟ ରାପର୍ ଫିଙ୍ଗନ୍ତି ।

ସୂଚନାନୁସାରେ, ଅଗଷ୍ଟ ୩୦ରେ ବହୁ ସଂଖ୍ୟକ ଚୀନ୍ ସୈନିକ ଏଠାକୁ ଆସିଥିଲେ। ପ୍ରାୟ ୭୦ ବର୍ଗ କିଲୋମିଟର ଏହି ଅଞ୍ଚଳ ନିକଟରେ ତିବ୍ଦତର ଡାଫା ନାମକ ଏକ ଗାଁ ଅଛି । ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଭାରତୀୟ ପାର୍ଶ୍ୱରେ ଅବସ୍ଥାପିତ ହୋଇଥିବାବେଳେ ସୀମା ପାର୍ଶ୍ୱରେ ଚୀନ୍ ସେନା ପୋଷ୍ଟ ଅଛି ।

କଣ କହୁଛି ସରକାର ?

ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏ ବିଷୟରେ ପଚରାଯିବାରୁ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ କହିଥିଲେ । ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି । ଏହି ପ୍ରସଙ୍ଗଟି ଦୁଇ ଦେଶର ସମ୍ପର୍କ ସହ ଜଡିତ ଥିବାରୁ ରାଜ୍ୟ ସରକାର ଏବଂ ଅଧିକାରୀମାନେ ଖୁବ ଭାବିଚିନ୍ତି ଆଲୋଚନା କରୁଛନ୍ତି । ତେବେ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ  ବି.କେ ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ବାହୁଗୁନା ରେକର୍ଡରେ କହିଛନ୍ତି ଯେ, ବାଡହୋତୀ ଅଞ୍ଚଳରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ପ୍ରାୟ ତିନିବର୍ଷ ପୂର୍ବେ ଚାଇନାର ଏକ ହେଲିକପ୍ଟର ମଧ୍ୟ ଭାରତୀୟ ବାୟୁମଣ୍ଡଳରେ ଦେଖାଯାଇଥିଲା।

Latest Posts

Don't Miss