spot_img

Latest Posts

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନଙ୍କ ଟ୍ୱିଟ୍, କହିଲେ 'ମୁଁ ପ୍ରଥମରୁ କହିଛି, ସେ ଅସ୍ଥିର'…

ଚଣ୍ଡିଗଡ: ପଞ୍ଜାବ ରାଜନୀତିର ଗତି କୁଆଡେ ? ଏହା କହିବା ବହୁତ ମୁସ୍କିଲ। କାରଣ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଏତେ ତୀବ୍ରତର ହୋଇ ପଡିଛି ଯେ, ହାଇକମାଣ୍ଡ ମଧ୍ୟ ଏହାକୁ ସମାଧାନ କରିବାରେ ଅସହାୟ ନଜର ଆସୁଛନ୍ତି। କାରଣ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମଙ୍ଗଳବାର ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କ ଇସ୍ତଫା ପରେ ଆସିଛି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା। ସେ ଟ୍ଵିଟ୍ କରି ଲେଖିଛନ୍ତି, ମୁଁ ପ୍ରଥମରୁ କହିଥିଲି ଯେ, ଏହି ଲୋକଟା ସ୍ଥିର ନୁହେଁ। ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ବ୍ୟକ୍ତି ନୁହଁ  ବୋଲି ଅମରିନ୍ଦର କହିଛନ୍ତି ।

ପାର୍ଟି ସଭାପତି ସେନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସିଦ୍ଧୁ କହିଛନ୍ତି, ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ । ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣ ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କଂଗ୍ରେସର ସେବା କରିବା ଜାରି ରହିବ ବୋଲି ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ଇସ୍ତଫା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ପରୋକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟର ସୁରକ୍ଷାରେ ବିପଦ ଦର୍ଶାଇଥିଲେ। ତାଙ୍କ କହିବା କଥା ନବଜୋତ ସିଦ୍ଧୁ କଂଗ୍ରେସରେ ଜଣେ ବିପଦ ସଦୃଶ । କଂଗ୍ରେସ ତାଙ୍କୁ ସଭାପତି କରିବାର ନଥିଲା। ସିଦ୍ଧୁ ପାକିସ୍ତାନର ସେନା ପ୍ରମୁଖ ବାଜଓ୍ଵା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମ ମିତ୍ର । ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ରାଜ୍ୟର ସୁରକ୍ଷା ବିପଦରେ ପଡିଯିବ। ତେଣୁ ମୁଁ ଥିବା ଯାଏ ସିଦ୍ଧୁଙ୍କୁ କେବେ ବି  ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ ବୋଲି ଅମରିନ୍ଦର ସିଂହ କହିଛନ୍ତି।

Latest Posts

Don't Miss