spot_img

Latest Posts

୨ରୁ ୧୮ ବର୍ଷର ପିଲାଙ୍କ ଲାଗି ଖୁବ୍ ଶୀଘ୍ର ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକାକରଣ ସକାଶେ ଭାରତ ବାୟୋଟେକ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କ ନିକଟରେ ଏହି ତଥ୍ୟ ଦାଖଲ କରିଛି ଭାରତ ବାୟୋଟେକ। ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେସକ ଡାକ୍ତର କ୍ରିଷ୍ଣା ଏଲ୍ଲା। ଭାରତ ବାୟୋଟେକ ଗତ ସେପ୍ଟେମ୍ବରରେ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଫେଜ-୨ ଓ ଫେଜ-୩ ଟ୍ରାଏଲ ଶେଷ କରିଥିଲା। ଏହାର ସବିଶେଷ ତଥ୍ୟ ବର୍ତ୍ତମାନ ଡିସିଜିଆଇଙ୍କ ନିକଟରେ ଦାଖଲ କରାଯାଇଛି।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଏହି ମାସରେ ମିଳିପାରେ। ଗତ ଜୁଲାଇ ୯ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନକିଟରେ ଭାରତ ବାୟୋଟେକ ସବିଶେଷ ରିପୋର୍ଟ ଦାଖଲ କରିଥିଲା। ଯଦି କୋଭାକ୍ସିନକୁ ସଂଗଠନ ଅନୁମତି ଦିଏ ତେବେ ଆନ୍ତର୍ଜାତିକ ସ୍ତରରେ ଯାତ୍ରୀମାନଙ୍କ ଲାଗି ଏହା ସକାରାତ୍ମକ ସାବ୍ୟସ୍ତ ହେବ ଏବଂ ଅନ୍ୟ ଦେଶକୁ ଗଲେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନର ଆବଶ୍ୟକତା ପଡିବ ନାହିଁ।

Latest Posts

Don't Miss