spot_img

Latest Posts

ଗିରଫ ଆର୍ଯ୍ୟନ: ପୁଅ ସହ ଦୁଇ ମିନିଟ୍ କଥା ହେଲେ କିଙ୍ଗଖାନ

ନୂଆଦିଲ୍ଲୀ: ଡ୍ରଗସ ମାମଲାରେ ଗିରଫ ହୋଇଛନ୍ତି କିଙ୍ଗଖାନଙ୍କ ପୁଅ  । ସେପଟେ ସୁପରଷ୍ଟାର ଶାହାରୁଖ ଖାନ ଆଜି ପୁଅ ଆର୍ଯ୍ୟନ  ସହ ୨ ମିନିଟ କଥା ହୋଇଛନ୍ତି  । ନିଜ ଘର ଲ୍ୟାଣ୍ଡଲାଇନକୁ ଶାହାରୁଖ କହୁଥିବା ନେଇ ଏନସିବିକୁ କଲ ଆସିଥିଲା  । ଏବଂ ପୁଅ ଆର୍ଯ୍ୟନ ସହ ପ୍ରାୟ ୨ ମିନିଟ କଥା ହୋଇଥିବା କହିଛନ୍ତି ଜଣେ ଏନସିବି ଅଧିକାରୀ  । ଅନ୍ୟପଟେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ଯ୍ୟନଙ୍କୁ ଗୋଟିଏ ଦିନ ଲାଗି ହେପାଜତକୁ ନେବା ଲାଗି ଏନସିବିକୁ ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଏକ ସ୍ବତନ୍ତ୍ର ହଲିଡେ କୋର୍ଟ ଅନୁମତି ଦେଇଥିଲେ ।

ସ୍ପେଶାଲ ପ୍ରସିକ୍ୟୁଟର ଅଦ୍ବୈତ ସେଥନା ଦୁଇଦିନ ଲାଗି ହେପାଜତକୁ ନେବାକୁ ଅନୁମତି ମାଗିଥିଲେ । ମାତ୍ର ଆର୍ଯ୍ୟନଙ୍କ ପକ୍ଷରୁ ଲଢୁଥିବା ଓକିଲ ସତୀଶ ମାନସିନ୍ଦେ ଗୋଟିଏ ଦିନ ଲାଗି ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । ମାମଲାରେ ଆର୍ଯ୍ୟନ, ତାଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ପ୍ରଥମେ ଗିରଫ କରିଥିଲା ଏନସିବି । ପରେ ଅନ୍ୟ ଅଭିଯୁକ୍ତ ନୁପୂର ସାତିଜା, ଇସମିତ ସିଂ ଚଢ଼ା, ମୋହକ ଜୈସଓ୍ବାଲ, ଗୋମିତ ଚୋପ୍ରା ଓ ବିକ୍ରାନ୍ତ ଛୋକରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

କ୍ରୁଜରେ ଏନସିବିର ରେଡ୍ ବେଳେ ଅଭିଯୁକ୍ତଙ୍କଠାରୁ ୧୩ ଗ୍ରାମ କୋକେନ, ୫ଗ୍ରାମ ଏମଡି, ୨୧ ଗ୍ରାମ ଚରସ, ୨୨ଟି ଏମଏଡିଏମଏ ବଟିକା ଓ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ ହୋଇଥିଲା । ସେପଟେ ନିଜ ଲିଖିତ ବୟାନରେ ଆର୍ଯ୍ୟନ ଦର୍ଶାଇଛନ୍ତି ତାଙ୍କ ଗିରଫଦାରୀର କାରଣ । ସେ ଉପଲବ୍ଧି କରିଛନ୍ତି ଏବଂ ଗିରଫ ନେଇ ସେ ପରିବାରବର୍ଗକୁ ଜଣାଇଛନ୍ତି । ଆଇନଜୀବୀ ସତୀଶ ମାନସିନ୍ଦେ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କୁ କ୍ରୁଜ ପାର୍ଟିରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ତାଙ୍କ ବ୍ୟାଗରୁ ଓ ଫୋନ ଚାଟରୁ କୌଣସି ପ୍ରମାଣ ମିଳିନାହିଁ ।

Latest Posts

Don't Miss