spot_img

Latest Posts

ରିୟା ଚକ୍ରବର୍ତ୍ତୀଙ୍କୁ ମୁକୁଳାଇଥିବା ଓକିଲ ଏବେ ଲଢ଼ୁଛନ୍ତି ଆର୍ଯ୍ୟନ ଖାନଙ୍କ କେସ

ନୂଆଦିଲ୍ଲୀ: ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ କରିଥିଲା ରେଡ୍। ଏହି ସମୟରେ ୮ ଜଣଙ୍କୁ ଗିରଫ କଷ୍ଟଡିରେ ନେଇଥିଲା। ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମସ୍ତଙ୍କୁ ପଚରାଉଚରା କରାଯାଇଥିଲା। ଯାହାପରେ ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରେ ରହିଛନ୍ତି ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍। ସୋମବାର ପୁଣି ଏହି ମାମଲାରେ ଶୁଣାଣି ହୋଇଛି।

ତେବେ ମାମଲା ସମ୍ପର୍କରେ ଏକ ବଡ ଖବର ସାମନାକୁ ଆସିଛି। ତାହା ହେଲା ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍ସର କନେକ୍ସନ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ସହିତ ରହିଛି। ଆର୍ଯ୍ୟନ ଖାନ୍‌ଙ୍କୁ ବେଲ୍‌ ଦେବାର ଦାୟିତ୍ବ ଏବେ ଓକିଲ ସତୀଶ ମାନେଶିନ୍ଧେଙ୍କ ପାଖରେ ରହିଛି। ଏ ହେଉଛନ୍ତି ସେହି ଓକିଲ, ଯିଏକି ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ଲଢିଥିଲେ। ରିୟାଙ୍କୁ ଜେଲରୁ ବାହାର କରିଥିଲେ ସତୀଶ। ଏବେ ଆର୍ଯ୍ୟନ ଖାନ୍‌ଙ୍କ ପୁରା ପରିବାରର ଆଶା ସତୀଶଙ୍କ ଉପରେ ରହିଛି।

କେବଳ ରିୟା ନୁହେଁ ସତୀଶ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କୁ ବେଲ୍ ଦେବାରେ କାମ କରିଥିଲେ। ୨୦୦୨ ରେ ସଲମାନ ଖାନ୍‌ଙ୍କ ହିଟ୍ ଆଣ୍ଡ ରନ୍ କେସ୍‌ରେ ମଧ୍ୟ ସତୀଶ ତାଙ୍କୁ ବଞ୍ଚାଇଥିଲେ। କେବଳ ସେତିକି ନୁହେଁ ସତୀଶ ବହୁ ହାଇପ୍ରୋଫାଇଲ କେସ୍ ଲଢି ସାରିଛନ୍ତି।

Latest Posts

Don't Miss