spot_img

Latest Posts

ମୁଢ଼ି ମିକ୍ସଚର ଖାଇ ପ୍ରାଣ ହରାଇଲେ ୩ ନାବାଳିକା ଭଉଣୀ, ଦୋକାନୀ ଅଟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଅଭାବନୀୟ ଘଟଣା । ମୁଢ଼ି ମିକ୍ସର ଖାଇ ୩ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିଷାକ୍ତ ମୁଢ଼ି ମିକ୍ସଚର ଖାଇ ତିନିଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖାଦ୍ୟ ପଦାର୍ଥର ନମୁନା ଯାଞ୍ଚ ପାଇଁ ପଠାଯାଇଥିବା ରାୟବଲେରୀ ଏସଡିଏମ କହିଛନ୍ତି । ରିପୋର୍ଟ ଆସିବା ପରେ ତିନି ଭଉଣୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

 

ଖବର ଅନୁସାରେ, ପଟ୍ଟି ଗାଁର ନବୀନ ସିଂହଙ୍କର ୩ ନାବାଳିକା ଝିଅ–ପରୀ, ବିଧୀ ଓ ପିହୁ ସକାଳୁ ମୁଢ଼ି ଓ ମିକ୍ସଚର କିଣି ଜଳଖିଆ ଖାଇଥିଲେ ।  ଜଳଖିଆ ଖାଇବା ପରେ ତିନି ଝିଅଙ୍କୁ ବାନ୍ତି ହୋଇଥିଲା। ଏହାପରେ ସେମାନଙ୍କୁ ଆନନ–ପାନନର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହିତ ଅନ୍ୟ ଦୁଇଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ସ୍ଥାନାନ୍ତର କରିଥିଲେ।ଆଉ ସେଠାରେ ଚିକିତ୍ସା ବେଳେ ଦୁଇ ନାବାଳିକାଙ୍କର ବି ମୃତ୍ୟୁ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି। 

ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି । ଝିଅମାନଙ୍କର ପୋଷ୍ଟମର୍ଟମ ମଧ୍ୟ କରାଯିବ । ଏଥିରୁ ମଧ୍ୟ ଘଟଣା ବିଷୟରେ ଅଧିକ ସୂଚନା ମିଳିପାରିବ । ଝିଅମାନେ ମୁଢ଼ି କିଣିଥିବା ଦୋକାନୀ ଓ ତାର ଦୁଇ ପୁଅଙ୍କୁ ପୁଲିସ ଅଟକ ରଖିଛି । 

Latest Posts

Don't Miss