spot_img

Latest Posts

କାଶ୍ମୀରକୁ ଭାରତରେ ନେହେରୁ ମିଶାଇଥିଲେ ନା ପଟେଲ ? ଜିନ୍ନା ଏବଂ ପଟେଲଙ୍କ ମଧ୍ୟରେ ଥିଲାକି ସୁ ସମ୍ପର୍କ ?

ନୂଆଦିଲ୍ଲୀ: ଭାରତର ସ୍ୱର୍ଗ କାଶ୍ମୀର। ଆଉ ଏହି କାଶ୍ମୀରକୁ ନେଇ ଏନେକ ସମୟରେ ବିବାଦ ମୁଣ୍ଡ ଟେକିଛି। ପାକିସ୍ତାନ ମଧ୍ୟ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ପ୍ରତିଟି ସମୟରେ ଆକ୍ରମଣ ଜାରି ରଖିଛି। ଖାଲି ସେତିକି ନୁହେଁ ଅନେକ ସମୟରେ କାଶ୍ମୀରକୁ ନେଇ ଭାରତରେ ରାଜନୀତି ସରଗରମ ହୁଏ। କାଶ୍ମୀର ଏବଂ ଭାରତକୁ ନେଇ ପ୍ରଶ୍ନ ଉଠେ। କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ କାହିଁକି ସୃଷ୍ଟି ହେଲା ବୋଲି କାଶ୍ମୀର ପଚାରେ। ହେଲେ ସବୁ ସତ କାଶ୍ମୀରର ବରଫ ତରେ ଚାପି ହୋଇ ରହିଯାଇଛି।

ଦୁନିଆ ପ୍ରଶ୍ନ କରେ ଏହି କାଶ୍ମୀରକୁ ଭାରତରେ ନେହେରୁ ମିଶାଇଥିଲେ ନା ପଟେଲ ? ସର୍ଦ୍ଦାର ପଟେଲ ଜିନ୍ନାଙ୍କ ସହ ସାକ୍ଷାତ କରିଥିଲେ କି ? ପଟେଲ ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଚାହୁଁଥିଲେ କି ? ଏଥିରେ ହିରୋ କିଏ ଏବଂ ଭିଲେନ୍ କିଏ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଜବାହରଲାଲ ନେହେରୁ କିମ୍ବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆଜି ନାହାଁନ୍ତି। ହଁ, ‘କୁଜି ନେତାଙ୍କ’ ପାଇଁ ଏହି ପ୍ରଶ୍ନଗୁଡିକ କିଛି ସମୟରେ ଉଙ୍କି ମାରେ।

କଂଗ୍ରେସ ୱାର୍କିଂ କମିଟି (CWC) ବୈଠକରେ କଂଗ୍ରେସ ନେତା ତାରିକ ହମିଦ କାରା ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏମିତି କିଛି ବିବାଦିୟ ମନ୍ତବ୍ୟ ଦେଇଛନ୍ତି ଯେଉଁଥିରୁ ଏହି ବିବାଦ ଏବେ ଜୋର ଧିରିବାରେ ଲାଗିଛି। ତାରିକ ହମିଦ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ବଲ୍ଲଭଭାଇଙ୍କୁ ଜଣେ ଭିଲେନ୍ ବୋଲି ବିବେଚନା କରିଛନ୍ତି। ତାଙ୍କ ମତରେ କାଶ୍ମୀରକୁ ଭାରତର ଅଂଶ କରାଇବାକୁ ଚାହୁଁନଥିଲେ ବଲ୍ଲଭଭାଇ ପଟେଲ। ସେ ବଲ୍ଲଭଭାଇ ଏବଂ ଜିନ୍ନାଙ୍କ ସହ ସାକ୍ଷାତ ବିଷୟରେ ମଧ୍ୟ ବୈଠକରେ କହିଥିଲେ।

ସମୟ ଥିଲା ଗତ ଶନିବାର ଅପରାହ୍ନର, ଆରମ୍ଭ ହୋଇଥିଲା CWC ବୈଠକ। ଏଥିରେ କଂଗ୍ରେସର ସମସ୍ତ ଭେଟେରାନ ନେତା ଯୋଗ ଦେଇଥିଲେ। ଏହି ସଭାରେ ଜାମ୍ମୁ କାଶ୍ମୀରର ନେତା ତାରିକ ହମିଦ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ହମିଦ ତାଙ୍କର ଉପସ୍ଥିତିକୁ ଜାହିର କରିବା ପାଇଁ ଟିକେ ଅଧିକ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ଗାନ୍ଧୀ ପରିବାରର ପ୍ରଶଂସା କରୁଥିବାବେଳେ ସବୁକିଛି ଭୁଲି ଯାଇଥିଲେ ହମିଦ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କୁ ପ୍ରଶଂସା କରିଥିଲେ। ସ୍ୱାଧୀନତା ପରେ ଜାମ୍ମୁ କାଶ୍ମୀରର ଭାରତ ସହିତ ଏକୀକରଣ ପାଇଁ ତାଙ୍କୁ ଶ୍ରେୟ ଦେଇଥିଲେ ହମିଦ। ଯଦି ଦେଖିବା ସର୍ଦ୍ଦାର ପଟେଲଙ୍କୁ ଟାର୍ଗେଟ କରିଥିଲେ ହମିଦ।

ସେହି ବୈଠକରେ ହମିଦ ଦେଶର ଏକତା ବଜାୟ ରଖିବାରେ ନେହେରୁ ଏବଂ ଗାନ୍ଧୀ ପରିବାରକୁ କଡ଼ା ପ୍ରଶଂସା କରିଥିଲେ। ଏହା କରିବା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀର ସହ ଭାରତରେ ମିଶ୍ରଣର ଶ୍ରେୟ କେବଳ ନେହେରୁଙ୍କୁ ଯାଉଛି। ପଟେଲଙ୍କ ଯୋଗୁଁ କାଶ୍ମୀର ଏବଂ ଭାରତର ମିଶ୍ରଣ ହୋଇନାହିଁ। ଏମିତି ଲାଗୁଥିଲା ଯେମିତି ଚାଟୁକାରିତାର ସମସ୍ତ ସୀମା ଲଂଘିବାକୁ ଲାଗୁଥିଲେ ହମିଦ ଏବଂ କାଶ୍ମୀର ସହ ଭାରତର ମିଶ୍ରଣ ସମୟରେ ବୋଧେ ଉପସ୍ଥିତ ରହିଥିଲେ। ହମିଦଙ୍କର ଏଭଳି ମନ୍ତବ୍ୟ ଶୁଣି କଂଗ୍ରେସର କିଛି ନେତା ମଧ୍ୟ ଅସନ୍ତୁଷ୍ଟ ଥିଲେ। ତିନିଜଣ ବରିଷ୍ଠ ନେତା ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କୁ ସ୍ମରଣ କରାଗଲା ଯେ ପଟେଲ ମଧ୍ୟ କଂଗ୍ରେସର ପୂର୍ବତନ ସଭାପତି ଥିଲେ ଯିଏକି ଭାରତର ଏକୀକରଣରେ ଅଦୃଶ୍ୟ ଅବଦାନ ରଖିଥିଲେ।

ହମିଦ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ଆଜି ଭାରତରେ ଅଛନ୍ତି, ଯାହାର ଶ୍ରେୟ କେବଳ ନେହେରୁକୁ ଯାଉଛି। ଆଉ ପଟେଲଙ୍କୁ ନେଇ କିଛି ଅବାନ୍ତର କଥା କହିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରକୁ ଭାରତରେ ମିଶାଇବା ସମୟରେ ପଟେଲ ମହମ୍ମଦ ଅଲି ଜିନ୍ନାଙ୍କ ଶିବିରରେ ଥିଲେ, ଯିଏ ଭାରତକୁ ଭାଗ କରି ପାକିସ୍ତାନ ସୃଷ୍ଟି କରିଥିଲେ। ହମିଦ ଆହୁରି ମଧ୍ୟ କରିଛନ୍ତିଯେ ପଟେଲ ଜାମ୍ମୁ କାଶ୍ମୀରକୁ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିଲେ।

ଏହାର ସତ ଖୋଯିବାକୁ ଗଲେ ଆମେ ଦେଖିବା, ଯେତେବେଳେ ଭାରତ କାଶ୍ମୀର ସହିତ ମିଶିଥିଲା, ସେତେବେଳେ ସର୍ଦ୍ଦାର ପଟେଲ କାଶ୍ମୀରକୁ ନେଇ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ରାଜିନଥିଲେ। ସେହି ସମୟରେ ନିଆଯାଇଥିବା କିଛି ପଦକ୍ଷେପ ପାଇଁ ଭାରତ ସରକାର ଉପରେ ଉିକ୍ଷିପ୍ତ ହୋଇଉଠିଥିଲେ। ଏଥିରେ ଉପନିର୍ବାଚନ, ମିଳିତ ଜାତିସଂଘକୁ ନେବା, ସେହି ପରିସ୍ଥିତିରେ ଅସ୍ତ୍ରବିରତି ଉଲ୍ଲଂଘନ ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା। ମହାରାଜା ମାନେ ରାଜ୍ୟ ବାହାରକୁ ଯିବା ଉପରେ ପଟେଲ ମଧ୍ୟ ସହମତ ନଥିଲେ।

ଏହା ସତ୍ୟ ଯେ କାଶ୍ମୀରରେ ଭାରତର ଯୋଗଦାନ ଅନେକ ସର୍ତ୍ତ ସହିତ କରାଯାଇଥିଲା। ଏହା ଉପରେ କୌଣସି ମତ ନଥିଲା। ତେବେ ସେହି ସମୟର ସର୍ତ୍ତକୁ ବିଚାର କରି ଅନେକ ଜିନିଷ ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦାବି ମଧ୍ୟ ଗ୍ରହଣ କରାଯାଇଥିଲା। ରାଜ୍ୟକୁ ଅନେକ ରିହାତି ମଧ୍ୟ ପ୍ରଦାନ କରାଯାଇଥିଲା।

କାଶ୍ମୀରର ଭାରତ ସହିତ ମିଶ୍ରଣ ଏକ ଜଟିଳ ପ୍ରସଙ୍ଗ ଥିଲା ଏବଂ ବହୁ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତା’ପରେ ରାଜାଙ୍କ ସାମ୍ରାଜ୍ୟକୁ ପୃଥକ ଦେଶରେ ବାଣ୍ଟିବା ଏକ ବଡ଼ ଆହ୍ୱାନ ଥିଲା। ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲି ଜିନ୍ନା ମଧ୍ୟ ସମସ୍ତ ପ୍ରକାର କାରବାରରେ ନିୟୋଜିତ ଥିଲେ। ଯେଉଁଠାରେ ଅଧିକାଂଶ ରାଜକୁମାର ରାଜ୍ୟ ଉପରେ ନିଷ୍ପତ୍ତି ନେଇଥିଲେ। ଏଥିସହିତ ଜାମ୍ମୁ-କାମୀରର ମହାରାଜା ହରି ସିଂଙ୍କ ହିଲା ହାୱାଲି ହେତୁ ଏହି ମାମଲା ଅଟକି ରହିଥିଲା। ପାକିସ୍ତାନ ଆକ୍ରମଣ ପରେ ହରି ସିଂ ଭାରତ ସହ ମିଶିବାକୁ ପ୍ରସ୍ତୁତ ଥିଲେ। ଏଭଳି ପରିସ୍ଥିତିରେ ଜାମ୍ମୁ କାଶ୍ମୀରର ଭାରତ ମିଶ୍ରଣରେ ନେହେରୁ କିମ୍ବା ପଟେଲଙ୍କୁ ଶ୍ରେୟ ଦେବା ଠିକ୍ ନୁହେଁ। ଏଥିରେ ଉଭୟଙ୍କର ଅବଦାନ ସମାନ ଭାବରେ ରହିଥିଲା।

Latest Posts

Don't Miss