spot_img

Latest Posts

ପ୍ରିୟଙ୍କା ଗାନ୍ଧି ପୁଣି ଗିରଫ

ଆାଗ୍ରା: ପୁଣି ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ । ୧୭ ଦିନ ମଧ୍ୟରେ ଏହା ହେଉଛି ପ୍ରିୟଙ୍କାଙ୍କ ଦ୍ବିତୀୟ ଗିରଫଦାରୀ । ଜଣେ ମୃତକଙ୍କ ପରିବାରକୁ ଭେଟିବାକୁ ଆଗ୍ରା ଯାଉଥିବା ବେଳେ ଲକ୍ଷ୍ନୌ ପୋଲିସ ତାଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କର ପୋଲିସ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ବେରେ କଂଗ୍ରେସ କର୍ମୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଲକ୍ଷ୍ନୌ ପୋଲିସ କହିବା ଅନୁସାରେ, ୧୪୪ ଧାରା ଲାଗୁ ହୋଇଥିବାରୁ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ବେରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଗ୍ରା ଜିଲ୍ଲାପାଳ କୌଣସି ରାଜନୈତିକ ଦଳର ନେତାଙ୍କୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଲଖିମପୁର ଖେରି ହିଂସା ମାମଲାରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିଲା ।

ଗିରଫଦାରୀକୁ ନେଇ ପ୍ରିୟଙ୍କା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ସେମାନେ (ପୋଲିସ) କହୁଛନ୍ତି ମୁଁ ଆଗ୍ରା ଯାଇପାରିବିନି । ମୁଁ ଜୁଆଡେ ବି ଯାଉଛି ମୋତେ ଅଟକାଇ ଦେଉଛନ୍ତି । କେବଳର ରାଜନୈତିକ ଫାଇଦା ପାଇଁ ମୋତେ ଅଟକା ଯାଉଛି । ମୁଁ ପୀଡ଼ିତଙ୍କ ପରିବାରକୁ ଭେଟିବାକୁ ଚାହୁଁଛି, ଏଥିରେ ବଡ଼ କଥା କ’ଣ ଅଛି । ସେମାନେ ମୋତେ ଅଟକାଉଛନ୍ତ । ମୁଁ କୁଆଡେ ନଯାଇ କ’ଣ ରେସ୍ତୁରାଣ୍ଟରେ ବସିବି ?’’

ସେ ଆହୁରି କହିଛନ୍ତି, ‘‘କିଏ ମରିଗଲେ ଏହା ଆଇନ ବ୍ୟବସ୍ଥା କେମିତି ହୋଇଗଲା । କ’ଣ ମୁଁ ବାହାରକୁ ଯାଇନପାରି ଏମିତି ଲକ୍ଷ୍ନୌର ଏକ ଗେଷ୍ଟହାଉସରେ ବନ୍ଦ ରହିବି ?’’

ସୂଚନାଯେଗ୍ୟ, ଆଗ୍ରାର ଜଗଦିଶପୁର ଥାନା ଅଞ୍ଚଳରେ ୨୫ ଲକ୍ଷ ଟଙ୍କ ଚୋରି ଅଭିଯୋଗରେ ଅରୁଣ ବାଲ୍ମୀକ ନାମକ ଜଣେ ଯୁବକଙ୍କୁ ପଚରାଉଚରା ବେଳେ ପୋଲିସ ହେପାଜତରେ ମୃତ୍ୟୁ ଘଟିଥିଲା ।

Latest Posts

Don't Miss