spot_img

Latest Posts

ଜାତିପ୍ରଥାର ଘୃଣ୍ୟ ଚିତ୍ର, ଗୋଡ଼ରେ ଘା ହେବାରୁ ବୃଦ୍ଧଙ୍କୁ ପର କରିଦେଲା ସମାଜ

ବରଗଡ଼: ସାମାଜିକ ବାସନ୍ଦ ଆଗରେ ହାର ମାନିଲା ପୁଅ। ବାପାକୁ ପାଖରେ ରଖିବାକୁ ଚାହୁଁଥିଲେ ବି ସମାଜ ନରଖିବାକୁ ବାଧ୍ୟ କରିଛି। ଏ ସମାଜ ଆଜି ବାପାକୁ ପାଖରେ ନ ରଖିବା ପାଇଁ ଚେତାବନି ଦେଇଛି। ବାପାକୁ ନେଇ ରହିବତ କୋଉଠି ରହିବ। ସମାଜର ବାପାକୁ ପାଖରେ ରଖିବା ପାଇଁ ରୋକ୍‌ ଠୋକ୍‌ ମନା କରିଦେଇଛି। ଗୋଡ଼ରେ ଘା ପାଇଁ ଏ  ସମାଜ ଆଜି ପର କରିଦେଇଛି।  ଘା ହେବାରୁ ବାପାକୁ ଜଙ୍ଗଲରେ ଛାଡ଼ିଦେଇଛି ପୁଅ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଲି ଗାଁରେ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ୬୦ ବର୍ଷର ବୃଦ୍ଧ ଜଣଙ୍କୁ କୁକୁର କାମୁଡ଼ିଥିଲା। ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଉନ୍ନତ ମାନର ଚିକତ୍ସା ପାଇଁ ବୁର୍ଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ପୁଅ। ୧୦ ଦିନର ଚିକିତ୍ସା ପରେ ଘରକୁ ଆଣି ପ୍ରତିଦିନ ଡ୍ରେସିଂ କରୁଥିଲେ। ହେଲେ ଜାତି ତଥା ସମାଜର ବଡ ପଣ୍ଡା ମାନେ ବାପାଙ୍କୁ ସାମାଜିକ ବାସନ୍ଦ କରିବାକୁ ବାଧ୍ୟ କରିଥିଲେ। ପରେ ପୁଅ ବାଧ୍ୟ ହୋଇ ବୃଦ୍ଧ ବାପାଙ୍କୁ ଜଙ୍ଗଲରେ ଛାଡ଼ି ଆସିଥିଲେ। ଏନେଇ ସୂଚନା ପାଇ ଏକ ସାମାଜିକ ସଂଗଠନ ଜଙ୍ଗଲରୁ ବୃଦ୍ଧଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଛନ୍ତି।

ତେବେ ଏତିକିରେ କଥା ସରିନଥିଲା, ଭୋଜି ଭାତ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲା। ପରେ ଜାତି ଭାଇଙ୍କ ସହିତ ପୁନର୍ବାର ସାମିଲ ହୋଇଥିଲେ। ତେବେ ବୃଦ୍ଧ ଜଣଙ୍କ ଜଙ୍ଗଲରେ ଥିବା ଖବର ପାଇ ଏକ ସାମାଜିକ ସଂଗଠନ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଛି।

Latest Posts

Don't Miss