spot_img

Latest Posts

ବଢ଼ିଚାଲିଛି ଧଳା ଜହର ବେପାର, ଜବତ ହେଲା ୧ କେଜିରୁ ଅଧିକ ବ୍ରାଉନସୁଗର

ଟାଙ୍ଗୀ: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର। ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ। ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ। ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର। ତେବେ ବ୍ରାଉନସୁଗର ବେପାରୀଙ୍କ ଉପରେ ପୁଣି ଥରେ ଛାପା ମାରିଲା ସ୍ପେଶାଲ ଟାସ୍କଫୋର୍ସ। ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗି ଛକ ଠାରେ ପାଉଡର ମାଫିଆକୁ ଗିରଫ କରିବା ସହ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ସଫିକୁଲ ଏସ୍.କେ ଓରଫ ଖୋକନକୁ କାବୁ କରିଛି ଏସ୍ ଟିଏଫ।

ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ସ୍ଥିତ ମୁର୍ଶିଦାବାଦ ବୋଲି ଜଣାପଡିଛି। ତାକୁ କେସ ନମ୍ବର ୩୫ରେ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ୨୦୨୦ରୁ ଆଜି ଯାଏଁ ନିଶା ବେପାର ବିରୋଧରେ ଦୃଢ଼ ଆକ୍ସନ ନେଇଛି ସ୍ପେଶାଲ ଟାସ୍କଫୋର୍ସ। ବର୍ତ୍ତମାନ ସୁଦ୍ଧା ୪୧କେଜି ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଆଗକୁ ଏହି ଡ୍ରାଇଭ ଆହୁରି ବ୍ୟାପକ କରାଯିବ ବୋଲି ଏସ୍ ଟିଏଫ ପକ୍ଷରୁ ସୂଚନା ମିଳିଛି।

Latest Posts

Don't Miss