spot_img

Latest Posts

ବଦଳିଲା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ନିୟମ, ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଦାଖଲ କରିବାକୁ ପଡ଼ିବ RTPCR ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ତେବେ ଏହାରି ଭିତରେ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କିଛି ନିୟମକୁ ବଦଳା ଯାଇଛି। ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ। ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା ସହ ନେଗେଟିଭ ରିପୋର୍ଟକୁ ଅପଲୋଡ କରିବେ।

ବିମାନରେ ଚଢିବା ପୂର୍ବରୁ ଏହି ନେଗେଟିଭ ଆରଟିପିସିଆର ରିପୋର୍ଟକୁ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଏୟାରଲାଇନସକୁ ନିର୍ଦ୍ଦେଶ ଦେଇଛି। ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲରେ ରହିଥିବା ଆତ୍ମଘୋଷଣାନାମା ଫର୍ମ ସହ ଆରଟିପିସିଆର ରିପୋର୍ଟ ଅପଲୋଡ କରିବା ଲାଗି କୁହାଯାଇଛି। ଭାରତର ସ୍ୱୀକୃତି ଅନୁସାରେ ସମ୍ପୂର୍ଣ୍ଣ ଡୋଜ ନେଇ ସାରିଥିବା ଯାତ୍ରୀମାନେ ଭାରତ ଆସିବା ପରେ ନିଜକୁ ନିଜେ ମନିଟରିଂ କରି ରହିବା ଲାଗି ପରାମର୍ଶ ଦିଆଯାଇଛି।

ତେବେ ଯେଉଁମାନେ ସମ୍ପୂର୍ଣ୍ଣ ଡୋଜ ନେଇ ନାହାନ୍ତି ବା ଆଦୌ ଟିକା ନେଇ ନାହାନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ସ୍ୱୀକୃତ ଟିକା ନେଇନାହାନ୍ତି ସେମାନେ ଭାରତ ଆସିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ଏବଂ ୭ଦିନ ପରେ ସେମାନଙ୍କ ପୁନର୍ବାର ପରୀକ୍ଷା କରାଯିବ।

Latest Posts

Don't Miss