spot_img

Latest Posts

ମଧ୍ୟପ୍ରଦେଶରେ ମିରାଜ-୨୦୦୦ ଦୁର୍ଘଟଣା, ପାରାସୁଟ୍ ବଞ୍ଚାଇଲା ପାଇଲଟଙ୍କ ଜୀବନ

ଭିଣ୍ଡ୍: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ୍ ପାରାସୁଟରେ ଓହ୍ଲାଇ ଜୀବନ ବଂଚାଇବାରେ ସକ୍ଷମ ହୋଇଛନ୍ତି। ଭିଣ୍ଡର ଗ୍ରାମୀଣ ଥାନା କ୍ଷେତ୍ରର ବଗଡି ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ବୈଷୟିକ ତୃଟି କାରଣରୁ ବିମାନ ଅନିୟନ୍ତ୍ରିତ ହୋଇ ପଡିଥିଲା।

ଫଳରେ ପାଇଲଟ୍ ଅଭିଲାଷଙ୍କୁ ବିମାନ ଛାଡିବାକୁ ପଡିଥିଲା। ସେ ପାରାସୁଟ ବ୍ୟବହାର କରି ଓହ୍ଲାଇଥିଲେ। ଅନ୍ୟପକ୍ଷରେ ବିମାନଟି ଗାଁର ଏକ ବିଲରେ ପଡିଥିଲା। ଫଳରେ ବିଲରେ ଗାତ ସୃଷ୍ଟି ହୋଇଥିଲା। ଘଟଣା ବାବଦରେ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଉକ୍ତ ଅଂଚଳକୁ ଯାଇଥିଲା।

ସ୍ଥାନୀୟ ଲୋକଙ୍କ ଅନୁସାରେ ବିମାନ କ୍ରାସ୍ କରିବା ପରେ ଖୁବଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଗାଁ ଲୋକ ବିମାନ ଖସିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ ଭିଣ୍ଡ୍ ଏସପି ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ।
ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ପାଇଲଟ୍ ବିମାନରୁ ପାରାସୁଟ ଦ୍ୱାରା ଲମ୍ଫ ପ୍ରଦାନ କରୁଥିବାର ଭିଡିଓ ଗ୍ରାମବାସୀଙ୍କ ଦ୍ୱାରା ସୁଟ୍ ହୋଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଗ୍ୱାଲିୟର ବାୟୁସେନା ଘାଟିରୁ ଏକ ଟିମ୍ ଘଟଣସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Latest Posts

Don't Miss