spot_img

Latest Posts

ପ୍ରଦୀପ କଂଗ୍ରେସ୍‌ ଛାଡ଼ିଲେ ତାର ଦଳ ଉପରେ କୌଣସି ଫରକ ପଡ଼ିବ ନାହିଁ: ସୁରେଶ ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ। ତେବେ କଂଗ୍ରେସ ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପ ଦଳ ଛାଡ଼ିବେ ବୋଲି ମୁଁ ୮ ମାସ ଆଗରୁ ଜାଣିଥିଲି। ସେଥିପାଇଁ କହିଥିଲି ଯଦି ଯିବାକଥା ଯାଅ କିଛି କହିବାର ନାହିଁ। କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି। କଂଗ୍ରେସ ପ୍ରଦୀପଙ୍କୁ ପରିଚୟ ଦେଇଛି ବୋଲି ସେ କହିଛନ୍ତି।

ଦଳ ଛାଡ଼ିବା ଏଭଳି କାର୍ଯ୍ୟ ନିଶ୍ଟିନ୍ତରୂପରେ ଧୋକାବାଜ କାମ। ଦଳର ସ୍ୱାର୍ଥ କଥା ନଭାବି ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝୀ ଦଳ ଛାଡିଛନ୍ତି। ନିଜର ସ୍ୱାର୍ଥ ପାଇଁ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୁର କହିଛନ୍ତି। ଆଗରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛିବି ପ୍ରଭାବ ପଡ଼ିନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସଂଗ୍ରେସ୍‌ ବିଧାୟକ ସୁର ରାଉତରାୟ କହିଛନ୍ତି।

Latest Posts

Don't Miss