spot_img

Latest Posts

ଆଧାରକାର୍ଡରୁ କେମିତି ବଦଳାଇବେ ଫଟୋ, ଜାଣନ୍ତୁ…

ନୂଆଦିଲ୍ଲୀ: ବଦଳାଇ ହେବ ଆଧାରକାର୍ଡ ଫଟୋ। କାର୍ଡଧାରୀ ନିଜର ଫଟୋ ସହ ଅନ୍ୟ ସମସ୍ତ ତଥ୍ୟ ବଦଳାଇପାରିବେ । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା UIDAI ଏହି ନୂଆ ଫିଚର ଆଣିଛି । ଯାହା ସାହାଯ୍ୟରେ ଆଧାରକାର୍ଡରେ ପୂର୍ବରୁ ଥିବା ଫଟୋ, ନାମ, ଫୋନ୍ ନମ୍ବର ଓ ଠିକଣା ବଦଳାଇ ହେବ ।

ସୂଚନା ଅନୁଯାୟୀ, ନିକଟସ୍ଥ କୌଣସି ଏକ ଆଧାର ସେବା କେନ୍ଦ୍ରକୁ ଯାଇ ହିତାଧିକାରୀ କାର୍ଡରେ ଥିବା ତମାମ ତଥ୍ୟ ବଦଳାଇପାରିବେ। ପୂର୍ବରୁ ଫଟୋ ବଦଳାଇବା ପାଇଁ କୌଣସି ବିକଳ୍ପ ନଥିଲା। ଏବେ ହିତାଧିକାରୀ ଫଟୋ ମଧ୍ୟ ବଦଳାଇପାରିବେ ବୋଲି UIDAI କହିଛି। ଓ୍ବେବସାଇଟରୁ ଆଧାର ଏନରୋଲମେଣ୍ଟ ଫର୍ମ ଡାଉନଲୋଡ କରି ଫିଲଅପ କରିବା ପରେ ଏହାକୁ ଆଧାର କେନ୍ଦ୍ରରେ ଡିପୋଜିଟ କରିବାକୁ ହେବ।

ସେଠାରେ ନୂଆ ଫଟୋ ଉଠାଇବା ସହ ଆଧାରକାର୍ଡରେ ଅପଡେଟ କରାଯିବ। ଏଥିପାଇଁ କାର୍ଡଧାରୀଙ୍କୁ ୨୫ଟଙ୍କା ଦେବାକୁ ପଡ଼ିବ। ଭାରତୀୟଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟାଙ୍କ, ପ୍ୟାନ କାର୍ଡ, ଇନ୍ସ୍ୟୁରାନ୍ସ ପଲିସି ଆଦି ସବୁ କ୍ଷେତ୍ରରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି । ହେଲେ ଆଧାରକାର୍ଡ ପାଇଁ ଉଠୁଥିବା ଫଟୋ ଭଲ ଆସୁ ନଥିବାରୁ ଅନେକ ସେ ନେଇ ଅଭିଯୋଗ ଆସୁଥିବା ବେଳେ ନୂଆ ଫିଚର ଯୋଗେ ଫଟୋ ବଦଳାଇବା ଅପସନ ଆଣିଛି UIDAI।

Latest Posts

Don't Miss