spot_img

Latest Posts

ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ,୧୦ଟି ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ। ସକାଳୁ ସକାଳୁ କୁହୁଡ଼ିର ଥଣ୍ଡା ବଳୟ ମନକୁ ମତୁଆଲା କରୁଛି। ପୂର୍ବ ବର୍ଷ ଅପେକ୍ଷା ଏଥର ଲୋକେ ଜଲଦି ଶିତ ବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି। ଥଣ୍ଡା ପଡ଼ିବା କାରଣରୁ ଚା ଦୋକାନ ସାମ୍ନାରେ ଭିଡ଼ ଜମୁଛି। ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଶୀତ ଅନୁଭୁତ ହେଲାଣି।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, କ. ନୂଆଗାଁ, ତୁମୁଡିବନ୍ଧରେ କମିବାରେ ଲାଗିଛି ତାପମାତ୍ରା। ତାପମାତ୍ରା ହ୍ରାସ ପାଇବା ଯୋଗୁଁ ରାସ୍ତା ଘାଟ କୁହୁଡିମୟ ହୋଇଛି। ପ୍ରାତଃରେ ପହିଲି ଶୀତର ମଜା ଉଠାଉଛନ୍ତି ଅଞ୍ଚଳବାସୀ। ଦାରିଙ୍ଗବାଡିରେ ୧୨ ଡିଗ୍ରୀ ତଳେ ପାରା ରହିଛି। ରାସ୍ତା ଘାଟ ସବୁଠି ଘନ କୁହୁଡିର ଆସ୍ତରଣ ଜମିଛି। ପ୍ରାତଃ ଭ୍ରମଣ ସହ ଜିମ୍, ଷ୍ଟାଡିୟମ ଓ ରାସ୍ତା ପାର୍ଶ୍ୱରେ ବ୍ୟୟାମ କରି ନିଜକୁ ଫିଟ୍ ରଖୁଛନ୍ତି ଲୋକେ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ ଏବଂ ଉତ୍ତରା ପବନ ବହିବା ଆରମ୍ଭ ହେଉଥିବାରୁ ଉଭୟ ଦିନ ଓ ରାତ୍ରୀର ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରାଯାଉଛି। ଫଳରେ ରାଜଧାନୀ ଭୁବନେଶ୍ୱର ସେମତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଶୀତ ଅନୁଭୁତ ହେବ।

 

Latest Posts

Don't Miss