୧୮-୧୯ରେ ଦେଖାଯିବ ଏହି ଶତାବ୍ଦୀର ସବୁଠାରୁ ଲମ୍ବା ଆଂଶିକ ଚନ୍ଦ୍ରଗ୍ରହଣ, ୫୮୦ ବର୍ଷ ପରେ ଦେଖିବାର ସୁଯୋଗ

ନୂଆଦିଲ୍ଲୀ: ଆକାଶରେ ଦେଖାଯିବ ଏହି ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଦୀର୍ଘ ବର୍ଷ ପରେ ଆକାଶାରେ ଦେଖାଯିବ ମନଲୋଭା ଦୃଶ୍ୟ। ନଭେମ୍ବର ୧୮-୧୯ରେ ଦୃଶ୍ୟମାନ ହେବ ଏହି ଚନ୍ଦ୍ରଗ୍ରହଣ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଆମେରିକାର ୫୦ ଟି ରାଜ୍ୟରେ ଦୃଶ୍ୟମାନ ହେବ। ୫୮୦ ବର୍ଷ ପରେ ଏତେ ଲମ୍ବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏହି ଆଂଶିକ ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ରହିବ।

ଆମେରିକାର ସ୍ପେସ୍ ଏଜେନ୍ସି NASA ଅନୁଯାୟୀ, ଏହି ଦୀର୍ଘ ଚନ୍ଦ୍ରଗ୍ରହଣ ୫୮୦ ବର୍ଷ ପରେ ଘଟୁଛି। ଯାହାକୁ ଆମେରିକା ମନଭରି ଉପଭୋଗ କରିପାରିବ। ହେଲେ ଭାରତ ଏହାକୁ ଦେଖିପାରିବ ନାହିଁ। ଯେତେବେଳେ ଆମେରିକାର ଲୋକମାନେ ଚନ୍ଦ୍ରଗ୍ରହଣକୁ ଦେଖୁଥିବେ, ସେତେବେଳେ ଭାରତର ଲୋକମାନେ ଦିନରେ ସେମାନଙ୍କ କାର୍ଯ୍ୟ କରୁଥିବେ। ଏହି ଚନ୍ଦ୍ରଗ୍ରହଣକୁ ‘ଦି ମାଇକ୍ରୋ ବିଭର ମୁନ୍‌’ କୁହାଯାଏ ବୋଲି କୁହାଯାଉଛି। କାରଣ ଏହା ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥାଏ।

ଇଣ୍ଡିଆନାର ବଟଲର ୟୁନିଭରସିଟିରେ ଅବସ୍ଥିତ ହୋଲକମ୍ବ ଅବଜରଭେଟୋରୀ ଅନୁଯାୟୀ, ଆଂଶିକ ଚନ୍ଦ୍ରଗ୍ରହଣ ଅର୍ଥ ହେଉଛି ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର ମାତ୍ର ୯୭ ପ୍ରତିଶତକୁ ଆଚ୍ଛାଦନ କରେ ତାହାକୁ ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ। ଯେଉଁଥିପାଇଁ ଏହି ଶତାବ୍ଦୀର ଏହା ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହାପୂର୍ବରୁ ୨୦୧୮ରେ, ଏକ ଘଣ୍ଟା ୪୩ ମିନିଟର ଚନ୍ଦ୍ରଗ୍ରହଣ ହୋଇଥିଲା। ଯେତେବେଳେ କି, ଏଥର ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ହେବାକୁ ଯାଉଛି।

କେମିତି ହୋଇଥାଏ ଚନ୍ଦ୍ର ଗ୍ରହଣ

ଯେତେବେଳେ ସୁର୍ଯ୍ୟ ଓ ଚାନ୍ଦ ମଝିରେ ପୃଥିବୀ ଆସିଯାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ପୃଥିବୀର ଛାୟା ହେତୁ ଚନ୍ଦ୍ରର ଆଲୋକ ଭୂମିରେ ପଡ଼େ ନାହିଁ। ପୃଥିବୀର ଛାୟା ସମଗ୍ର ଚନ୍ଦ୍ରକୁ ଘୋଡ଼ାଇ ରଖିଥାଏ। ଯେଉଁଥିପାଇଁ ଚନ୍ଦ୍ର ବେଳେବେଳେ ଲାଲ ରଙ୍ଗରେ ଦେଖାଯାଏ। କାରଣ ସୂର୍ଯ୍ୟକିରଣ ପୃଥିବୀର ଛାୟାର ଗଭୀର ଅଂଶକୁ ସିଧାସଳଖ ଆଘାତ କରେ ନାହିଁ। ସୂର୍ଯ୍ୟକିରଣ ଆମ ବାୟୁମଣ୍ଡଳ ଦେଇ ଗତି କରେ। ଯେହେତୁ ଲାଲ ଏବଂ କମଳା ତରଙ୍ଗ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ, ଯାହାଫଳରେ ଏହା ଏକ ମେହୋଗାନି ଲାଲ ରଙ୍ଗ ସୃଷ୍ଟି ହୁଏ କରେ, ଯେଉଁଥିପାଇଁ ଚନ୍ଦ୍ର ଲାଲ ଦେଖାଯାଏ।

ଉତ୍ତର ଆମେରିକା, ପ୍ରଶାନ୍ତ ମହାସାଗରର ଦ୍ୱୀପ, ଆଲାସ୍କା, ପଶ୍ଚିମ ୟୁରୋପ, ପୂର୍ବ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନର ଲୋକମାନେ ଏହି ଚନ୍ଦ୍ର ଗ୍ରହଣକୁ ଦେଖିପାରିବେ। ଏହି ଚନ୍ଦ୍ରଗ୍ରହଣର ପ୍ରାରମ୍ଭିକ ଅଂଶ ଅର୍ଥାତ୍ ଚନ୍ଦ୍ର ଉଦୟ ସମୟରେ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଅଳ୍ପ ଦେଖାଯିବ। ଏଥି ସହିତ ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ୟୁରୋପର ଲୋକମାନେ ଚନ୍ଦ୍ରଗ୍ରହଣର ସର୍ବୋଚ୍ଚ ସ୍ତର ଦେଖିପାରିବେ।

ଏହି ବିରଳ ଚନ୍ଦ୍ରଗ୍ରହଣ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆରୁ ଦୃଶ୍ୟମାନ ହେବ ନାହିଁ। ଏହା ପରେ, ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୨ ମେ ୧୫-୧୬ ରେ ଦେଖାଯିବ। ଏହା ପରେ ୨୦୨୨ ନଭେମ୍ବର ୭-୮ ରେ ଆଉ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ।

Leave a Reply