spot_img

Latest Posts

ବିଶ୍ୱ ଓଡ଼ିଶା ସମାଜ ଭାରତୀୟ ମଣ୍ଡଳ: ବିପିନ ସଭାପତି ଏବଂ ବିଜୟ ସାଧାରଣ ସମ୍ପାଦକ

ଭୁବନେଶ୍ବର: ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ ହୋଇଯାଇଛି । ବିଶିଷ୍ଟ ସମାଜସେବୀ,  ସ୍ୱର୍ଯ୍ୟକ୍ଷେତ୍ର ଦାତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ମୁମ୍ବାଇ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡ. ବିପିନ୍‍ ମିଶ୍ର ସଭାପତି ଦାୟିତ୍ୱ ବହନ କରିଛନ୍ତି । କବି ବିଜୟ କୁମାର ସେନାପତି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ସେନାପତି ହାଇଦ୍ରାବାଦରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଏବଂ ସେଠାକାର ବାଞ୍ଜରା ହିଲ୍ସରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା କଳିଙ୍ଗ ସାଂସ୍କୃତିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ସେହିପରି ବିଶାଖାପାଟଣା ସ୍ଥିତ ଉତ୍କଳ ସାଂସ୍କୃତିକ ସମାଜ ସଭାପତି ତଥା ସେଠାକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଜେ.କେ. ନାୟକ ଏବଂ କୋଲକାତାର ଉତ୍କଳୀୟ ମିଳିତ ମଞ୍ଚ ସଭାପତି ରବି ମହାପାତ୍ର ଉପ ସଭାପତି ପଦଭାର ଗ୍ରହଣ କରିଛନ୍ତି।ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଫୋରମର ଯୁଗ୍ମ ସମ୍ପାଦକ ନିବେଦିତା ଗିରି ଏବଂ ଭୁବନେଶ୍ୱର ସ୍ଥିତ କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଲିଲି ଜେନାମଣି ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ବିଓସର ଆର୍ନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଶୁଭକାମନା ଜଣାଇଛନ୍ତି । ସମସ୍ତେ ମିଳିମିଶି ସାରା ବିଶ୍ୱର ଓଡ଼ିଆ ସମ୍ପ୍ରଦାୟକୁ ଗୋଟିଏ ମଞ୍ଚରେ ଏକଜୁଟ୍‍ କରିବା, ଓଡ଼ିଶାର ଉନ୍ନତି, ୨୦୩୬ ମସିହାରେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ପୁଣି ସ୍ୱର୍ଣ୍ଣାଭ ଓଡ଼ିଶା ଗଢ଼ି ତୋଳିବା, ବିଓସକୁ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ପ୍ରୟାସ କରିବା ବୋଲି ଶ୍ରୀଦ୍ୱିବେଦୀ କହିଛନ୍ତି ।

Latest Posts

Don't Miss