spot_img

Latest Posts

ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ କରାଯାଇଥିଲା: ନଓ୍ବାବ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିଥିବା ବେଳେ ସେ ଏବେ ଘରେ ଅଛନ୍ତି । ହେଲେ ବିବାଦ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । ଏହି ମାମଲାରେ ଏନସିବିକୁ ବାରମ୍ବାର ସମାଲୋଚନା କରି ଆସିଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରି ନଓ୍ବାବ ମଲ୍ଲିକ ଆଣିଛନ୍ତି ପୁଣି ଏକ ଗୁରୁତର ଅଭିଯୋଗ । ଆର୍ଯ୍ୟନଙ୍କୁ ଗିରଫ କରାଯାଇ ନଥିଲା, ବରଂ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ଏନସିବି ଉପରେ ଲଦିଛନ୍ତି ନଓ୍ବାବ ।

ସେ କହିଛନ୍ତି, ‘ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ଏକ ଅପହରଣ ମାମଲା । ପ୍ରି ପ୍ଲାନ୍ କରାଯାଇ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ସୋସିଆଲ ମିଡିଆରେ ଏକ ସେଲଫି ଭାଇରାଲ ହେବା ପରେ ପୂରା ପ୍ଲାନ ସ୍ପଷ୍ଟ ହୋଇଯାଇଥିଲା ।’

ସେ ଆହୁରି କହିଛନ୍ତି, ‘ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କିଛି ପ୍ରମାଣ ନଥିବା ବେଳେ ତାଙ୍କଠାରୁ କୌଣସି ମାଦକ ଦ୍ରବ୍ୟ ଜବତ ମଧ୍ୟ ହୋଇ ନଥିଲା ।’

ଏହା ମଧ୍ୟରେ ଆର୍ଯ୍ୟନଙ୍କ ବେଲ ଅର୍ଡର ଜାରି କରିଛନ୍ତି ମୁମ୍ବାଇ ହାଇକୋର୍ଟ । ଏଥିରେ ଦର୍ଶାଯାଇଛି, ‘ଡ୍ରଗ୍ କାରବାରକୁ ନେଇ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମଚାଙ୍କ ମଧ୍ୟରେ ଷଡଯନ୍ତ୍ରର କୌଣସି ପ୍ରମାଣ ମିଳିନାହିଁ । ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ଆପତ୍ତିଜନକ ନୁହେଁ । ଆପରାଧିକ କାର୍ଯ୍ୟକଳାପକୁ ନେଇ ସେମାନଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ନାହିଁ ।’

କୋର୍ଟଙ୍କ ବେଲ ଅର୍ଡର ରିଲିଜ ପରେ ଏନସିବି ଓ ଏନସିବିର ଜୋନ୍ ଅଧ୍ୟକ୍ଷ ସମୀର ଓ୍ବାଖଡେଙ୍କୁ ଟାର୍ଗେଟ କରିଛନ୍ତି ନଓ୍ବାବ । ସେପଟେ ଓ୍ବାଖଡେଙ୍କ ଧର୍ମକୁ ନେଇ ଆଉ ଏକ ପ୍ରମାଣ ଆଣି ଟାର୍ଗେଟ କରିଛନ୍ତି ନିଲୋଫର ମଲ୍ଲିକ ଖାନ୍ । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଓ୍ବାଖଡେଙ୍କ ବାହାଘର କାର୍ଡ ଓ ବିବାହ ପ୍ରମାଣପତ୍ର ସେୟାର କରିଛନ୍ତି ସେ ।

Latest Posts

Don't Miss