spot_img

Latest Posts

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ନିଲମ୍ବିତ

ମୁମ୍ବାଇ: ବଢିଲା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଡୁଆ। ପରମବୀର ସିଂହଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର । ଆଜି ସନ୍ଧ୍ୟାରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉଦ୍ଧବ ସରକାର ।

ସୂଚନା ଅନୁଯାୟୀ, ଏବେ ଡିଜିପି ଅଫିସର ଅନୁମତି ବିନା ମୁମ୍ବାଇ ଛାଡିପାରିବେ ନାହିଁ ପରମବୀର। ଯେ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ଘରୋଇ କମ୍ପାନୀରେ କାମ କରିପାରିବେନି ପରମବୀର ସିଂହ। ସର୍ଭିସ୍ ଆଇନ୍ ଉଂଲ୍ଲଘନ କରିବା ଅଭିଯୋଗରେ ପରମବୀରଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର। ଛୁଟି ସରିବା ପରେ ପରମବୀର ସିଂହ ଚାକିରିରେ ଯୋଗ ଦେଇନଥିଲେ କି ଗୃହ ମନ୍ତ୍ରାଳୟକୁ ଏ ନେଇ କୌଣସି ସୂଚନା ଦେଇନଥିଲେ ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୨ ତାରିଖରେ ମୁମ୍ବାଇର ମରିନ ଡ୍ରାଇଭ ଥାନାରେ ଜଣେ ବିଲଡରଙ୍କୁ ୧୫ କୋଟି ଟଙ୍କା ଅର୍ଥ ମାଗିବା ନେଇ ପରମବୀର ସିଂହଙ୍କ ସମେତ ୫ଜଣ ପୋଲିସ କର୍ମୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ପରେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ପରେ କାହାର ଖୋଜଖବର ମିଳିନଥିଲା । ତେବେ  ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି ।

Latest Posts

Don't Miss