spot_img

Latest Posts

ନିର୍ଦ୍ଧାରିତ ସମୟରେ ହେବ ୟୁପିଏସସି ମେନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିବନି ୟୁପିଏସସି ମେନ୍ସ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ୟୁପିଏସସି ମେନ୍ସ ପରୀକ୍ଷା ଜାନୁଆରୀ ୭ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଉଥିଲା । ତେବେ ଏହି ମାମଲାରେ ଦିଲ୍ଳୀ ହାଇକୋର୍ଟ ଶୁଣାଣି କରି କହିଛନ୍ତି କି ୟୁପିଏସସି ମେନ୍ସ ପରୀକ୍ଷା ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ । ଦିଲ୍ଲୀ ହାଇକୋର୍ଟ ନିର୍ଣ୍ଣୟ ନେଇଛି କି ସେ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ।

ୟୁପିଏସସି ପକ୍ଷରୁ ଥିବା ଓକିଲ କୌଶିକ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ, “ଦ୍ୱିତୀୟ ଲହର ସମୟରେ ମଧ୍ୟ ସୁପ୍ରିମକୋର୍ଟ ଏଭଳି ଏକ ଆବେଦନକୁ ଖାରଜ କରିଥିଲେ। ୩ବର୍ଷ ହେଲାଣି ମହାମାରୀ ସହ ଆମେ ଲଢ଼ୁଥିବା ବେଳେ ଏଭଳି ପ୍ରତି ଥର ପରୀକ୍ଷା ସ୍ଥଗିତ ରଖିବା ଉଚିତ ନୁହେଁ। ଆମକୁ ସତର୍କ ରହି ପୂର୍ବ ଭଳି କାମ କରିବାକୁ ହେବ ବୋଲି କହିଥିଲେ କୌଶିକ । ସେ ଆହୁରି କହିଥିଲା କି ଏହି ପରୀକ୍ଷା ଅକ୍ଟୋବର/ନଭେମ୍ବର ହେବାର ଥିଲା । କିନ୍ତୁ ଆମେ ଏହି ପରୀକ୍ଷାକୁ ଜାନୁଆରୀ କରିବାକୁ ନିଷ୍ପତ୍ତି ନେଇଛୁ । ଯଦି ଏଥିରେ ଆଉ କିଛି ଦିନ ବିଳମ୍ବ ହୁଏ ତେବେ UPSC ସମ୍ବିଧାନ ଦ୍ୱାରା ଦିଆଯାଇଥିବା କାର୍ଯ୍ୟଗୁଡିକର ପରିଚାଳନା କରିବାକୁ ସକ୍ଷମ ହେବ ନାହିଁ ବୋଲି ସେ କହିଥିଲେ ।

 

Latest Posts

Don't Miss