spot_img

Latest Posts

ଏହି ରାଜ୍ୟରେ ଶସ୍ତା ହେଲା ମଦ, ଘରେ ବି ଖୋଲିପାରିବେ ବାର୍

ଆର୍ଥିକ ବର୍ଷ ଶେଷ ହେବା ପାଇଁ ଆଉ ମାତ୍ର ଅଢ଼େଇ ମାସ ବାକି ରହିଛି । ତେବେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଅନେକ ନିୟମ ବଦଳିଯାଏ । ରାଜ୍ୟ ସରକାର ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷରେ ଏକ୍ସାଇଜ୍ ପଲିସିରେ ପରିବର୍ତ୍ତନ କରନ୍ତି । ମଧ୍ୟପ୍ରଦେଶର ଲୋକଙ୍କ ପାଇଁ ଏଥର ଏକ୍ସାଇଜ୍ ପଲିସିରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସପ୍ତାହରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ନୀତି କାର୍ଯ୍ୟକାରୀ ହେବା ମାତ୍ରେ ବିଦେଶୀ ମଦ ଶସ୍ତା ହେବ। ଏହା ସହିତ ଘରେ ଅଧିକ ପରିମାଣର ମଦ ମଧ୍ୟ ସାଇତି ରଖିପାରିବେ। ଏପ୍ରିଲ ୧ରୁ ମଧ୍ୟପ୍ରଦେଶର ଲୋକମାନେ ୪ ବାକ୍ସ ବିୟର ଏବଂ ୨୪ ବୋତଲ ମଦ ଘରେ ରଖିପାରିବେ।

ଘରେ ଖୋଲିପାରିବେ ବାର୍-

ମଧ୍ୟ ପ୍ରଦେଶ ସରକାରର ଅବକାରୀ ନୀତି ୨୦୨୨-୨୩ରେ ବିଦେଶୀ ମଦର ଖୁଚୁରା ମୂଲ୍ୟ ୨୦ ପ୍ରତିଶତ ଯାଏଁ ହ୍ରାସ ହୋଇଛି । ଏହାବ୍ୟତୀତ ସରକାର ରାଜ୍ୟର ସମସ୍ତ ବିମାନ ବନ୍ଦର ତଥା ଇନ୍ଦୋର, ଭୋପାଳ, ଜବଲପୁର ଓ ଗୋୱାଲିୟର ଭଳି ସହରର ସୁପର ମାର୍କେଟରେ ଖୁଚୁରା ମଦ ବିକ୍ରି ପାଇଁ ମଞ୍ଜୁରି ଦେଇଛନ୍ତି।

ଖାଲି ଏତିକି ନୁହେଁ ସରକାରଙ୍କ ତରଫରୁ ଘରେ ବାର୍ ଖୋଲିବା ନେଇ ଅନୁମତି ମଧ୍ୟ ଦିଆଯାଇଛି । ତେବେ ଯେଉଁମାନଙ୍କ ବାର୍ଷିକ ଆୟ ୧ କୋଟିରୁ ଅଧିକ, ସେମାନଙ୍କୁ ୫୦ ହଜାର ଟଙ୍କାର ବାର୍ଷିକ ଶୁଲ୍କ ଦେବାକୁ ପଡିବ ।

ନୂତନ ଅବକାରୀ ନୀତି ଅନୁଯାୟୀ ଜିଲ୍ଲା ସ୍ତରୀୟ ଉଚ୍ଚକର୍ତ୍ତୃପକ୍ଷ ମାନେ ଆବଶ୍ୟକସ୍ଥଳେ ମଦ ଦୋକାନଗୁଡିକର ସ୍ଥାନ ପରିବର୍ତ୍ତନ କରିପାରିବେ। ଏହି କମିଟିରେ ଜିଲ୍ଲା ଅଧିକାରୀ ଏବଂ ବିଧାୟକମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଲୋକମାନେ ଘରେ ମଦ ରଖିବାର ଲିମିଟକୁ ମଧ୍ୟ ସରକାର ବଢାଇଛନ୍ତି। ବର୍ତ୍ତମାନ ଘରେ ଗୋଟିଏ ବାକ୍ସ ବିୟର ଏବଂ ୬ ବୋତଲ୍ ମଦ ରଖିବାର ଅନୁମତି ରହିଛି।

Latest Posts

Don't Miss