5T ସଚିବଙ୍କୁ ହକି ଇଣ୍ଡିଆ ସଭାପତି ପ୍ରଦାନ କଲେ ବିଶ୍ୱକପ ଟ୍ରଫିର ପ୍ରତିକୃତି
1 min readଭୁବନେଶ୍ୱର: କ୍ରୀଡାର ଏନ୍ତୁଡିଶାଳ ଓଡିଶାକୁ ମିଳିଛି ନୂଆ ରୂପ । ବଣ ମଲ୍ଲିର ମହକକୁ ପ୍ରତିପାଦନ କରାଯାଇଛି । ଯେଉଁଠି ଖେଳାଳୀ ଥିଲେ, କିନ୍ତୁ ଷ୍ଟାଡିୟମ୍ ନଥିଲା । ଆଜି ଖେଳାଳୀ ଅଛନ୍ତି, ଭିତ୍ତିଭୂମି ବି ଅଛି । ନବୀନଙ୍କ ଏହି ଭିଜନ ପଛର ମହାନାୟକ ହେଉଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିୟାନ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଲାଭ କରିଥିବା ପ୍ରଦର୍ଶନ ପଛରେ ମଧ୍ୟ ରହିଛି ଓଡିଶାର ପ୍ରତ୍ୟକ୍ଷ ଅବଦାନ । ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ ଭିଜନକୁ ବାସ୍ତବରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ । ଟ୍ୱିଟରରେ ଓଡିଶା ସ୍ପୋର୍ଟସ ପକ୍ଷରୁ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପ୍ରଶଂସା କରାଯାଇଛି ।
He is the man who implemented the Vision of Hon’ble Chief Minister Shri @Naveen_Odisha, for development of Hockey in Odisha which entailed the Indian Hockey teams outstanding performances in the 2020 Tokyo Olympics. pic.twitter.com/uv0xKQtrPX
— Odisha Sports (@sports_odisha) February 26, 2022
ଓଡିଶାରେ ଏଫଆଇଏଚ ପ୍ରୋ ଲିଗ ଚାଲିଥିହବାବେଳେ ସଭାପତି ନରିନ୍ଦର ଧ୍ରୁବ ବାର୍ତ୍ତା ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି । ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫି ଦେଇଛନ୍ତି । ଓଡିଶା ସର୍ବଦା ହକିକୁ ପ୍ରୋତ୍ସାହିତ କରି ଆସୁଛି । ଓଡିଶା ଯେବେଠୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି, ସେବେଠୁ ହକି ଟିମ୍ ଭଲ ପ୍ରଦର୍ଶନ କରିବାରେ ଲାଗିଛି ।
ସେପଟେ ଓଡିଶାରେ କିଭଳି ଖେଳ ଓ ଖେଳାଳୀଙ୍କର ଉନ୍ନତି ହୋଇପାରିବ ସେନେଇ ମଧ୍ୟ ହକି ଇଣ୍ଡିଆର ସଭାପତି ସମର୍ଥନ ଯୋଗାଇ ଆସିଛନ୍ତି । ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଆସିଛନ୍ତି ହକି ଇଣ୍ଡିଆ ସଭାପତି । ଏହି ଅବସରରେ ହକି ଇଣ୍ଡିଆ ସଭାପତି 5T ସିଚବଙ୍କୁ ଭେଟି ଦେଇଛନ୍ତି ହକି ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି ।