spot_img

Latest Posts

ୟୁକ୍ରେନର ହସ୍ପିଟାଲରେ ଋଷ ସେନାର ଆକ୍ରମଣ

ନୂଆଦିଲ୍ଲୀ: ଘମାଘଟ ଚାଲିଛି ଋଷ ୟୁକ୍ରେନ ଯୁଦ୍ଧ । ଆଜି ଯୁଦ୍ଧର ସପ୍ତମ ଦିନରେ ଥମିନି ବିସ୍ଫୋରଣ । କିଭକୁ କବଜା କରିବାକୁ ମାଡ଼ିଚାଲିଛନ୍ତି ଋଷ ସେନା । ଏହାସହ ୟୁକ୍ରେନ ବଡ଼ ବଡ଼ ସହର ଉପରେ ମଧ୍ୟ ଚାଲିଛି ଧ୍ୱଂସ ଲୀଳା । ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍‌କିଭ୍‌ରେ ରୁଷ୍‌ ଲଢୁଆ ବିମାନରୁ ପାରାସୁଟ୍‌ ଯୋଗେ ଅବତରଣ କରି ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି।

ୟୁକ୍ରେନୀୟ ସେନା କହିଛି, ଆକାଶମାର୍ଗରେ ଆସିଥିବା ରୁଷୀୟ ସୈନ୍ୟମାନେ ଖାର୍‌କିଭ୍‌ରେ ଅବତରଣ କରି ଗୋଟାଏ ଆଞ୍ଚଳିକ ଡାକ୍ତରଖାନା ଉପରେ ଆକ୍ରମଣ କରିଛି । ସେମାନଙ୍କ ସହ ୟୁକ୍ରେନ୍‌ ସୈନିକମାନେ ଏବେ ବି ଲଢେଇ ଜାରି ରଖିଛନ୍ତି ।

ସେହିପରି ମଙ୍ଗଳବାର ଦିନ ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସେନା ମୁଖ୍ୟାଳୟ ଧୂଳିସାତ୍ ହେବାସହ ଆଖପାଖ ବିଲ୍ଡିଂ  ଓ ଜାନବାହନ ସବୁ ଜଳି ଯାଇଥିଲା । ୟୁକ୍ରେନର ବିଦେଶ ମନ୍ତ୍ରଣାଳୟ ତରଫରୁ ମଧ୍ୟ ଅନ୍ୟ ସହର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି ।

Latest Posts

Don't Miss