spot_img

Latest Posts

ବାରିପଦାର ସଫଳ ମହିଳା ଉଦ୍ୟୋଗୀ: ଆଚାର, ପାମ୍ପଡ଼ ବିକ୍ରି କରି ପାଲଟିଛନ୍ତି ରୋଜଗାରକ୍ଷମ

ବାରିପଦା: କୁହାଯାଏ ନିଶା ଯେବେ ପେସା ପାଲଟିଯାଏଁ, ସେବେ କିଛି ବଡ଼ ହୋଇଥାଏ । ତାହା ହିଁ ଘଟିଛି ବାରିପଦା ଦେଉଳ ସାହିର ବାସିନ୍ଦା କଳ୍ପନା ବିନ୍ଧାଣୀଙ୍କ କ୍ଷେତ୍ରରେ । ଏହି ସାଧାରଣ ଗୃହିଣୀ ଏବେ ସଫଳ ଶିଳ୍ପୋଦ୍ୟୋଗୀ । ନିଜକୁ ପ୍ରତିଷ୍ଠିତ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ନିଜ ହାତ ତିଅ।ରି ବଢ଼ି ପାମ୍ପଡ଼, ଅ।ଚାର ବିକ୍ରି କରି ନିଜ ପୁଅକୁ କରିପାରିଛନ୍ତି ଏନ୍‌ଆଇଟି ଇଞ୍ଜିିନିୟର ।

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଦେଉଳସାହିର ବାସିନ୍ଦା ରାମଚନ୍ଦ୍ର ବିନ୍ଧାଣୀଙ୍କ ପତ୍ନୀ କଳ୍ପନା ବିନ୍ଧାଣୀ। ଜଣେ ସୁଗୃହିଣୀ ଭାବେ ରୁଚିକର ଖାଦ୍ୟ ପ୍ରସ୍ତୁତ କରିବା ତାଙ୍କର ସଉକ ଥିଲା । ଘରକାମରୁ ଫୁରସତ ମିଳିଲେ କେତେବେଳେ ବଢ଼ି ପାମ୍ପଡ଼ ତ ଅ।ଉ କେତେବେଳେ ଚଟପଟା ଅ।ଚାର ପ୍ରସ୍ତୁତ କରୁଥିଲା । ତାକୁ ପାଥେୟ କରି ସେ ନିଜ ଉଦ୍ୟମରେ ଅ।ରମ୍ଭ କରିଥିଲେ ଏକ ମହିଳା ଉଦ୍ୟୋଗ। ବାରିପଦାର ଲୋକେ ସାଧାରଣତଃ ସୁଆଦିଆ ଖାଦ୍ୟ ଖାଇବାରେ ରୁଚି ରଖିଥାନ୍ତି । ତାହାକୁ ପାଥେୟ କରି କଳ୍ପନା ପ୍ରସ୍ତୁତ କରି ଚାଲିଲେ ଗୋଟିଏ ପରେ ଗୋଟିଏ ନୂଅ। ନୂଅ। କିଷମର ଅ।ଇଟମ। ମାର୍କେଟରେ ଚାହିଦା ଥିବାରୁ ସେ କେବେ ପଛକୁ ଫେରିନାହାନ୍ତି। ତାଙ୍କର ଉତ୍ପାଦିତ ସାମଗ୍ରୀର ଚାହିଦାକୁ ନଜରରେ ରଖି ତାଙ୍କ ସହିତ ସହଯୋଗର ହାତ ବଢାଇଥିଲେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପକେନ୍ଦ୍ରର କର୍ତ୍ତୃପକ୍ଷ ଏବଂ ବ୍ୟାଙ୍କ ଅଧିକାରୀ।

ତେବେ ତାଙ୍କ ହାତ ତିଆରି ଏହି ସାମଗ୍ରୀ ଗୁଡ଼ିକର ଚାହିଦା କେବଳ ବାରିପଦା କିମ୍ୱା ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ସୀମିତ ନୁହେଁ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାଙ୍କ ହାତ ତିଆରି ସାମଗ୍ରୀର ଚାହିଦା ଦେଖିବାକୁ ମିଳିଛି ।

ପ୍ରାୟ ୨୦ବର୍ଷ ଧରି କଳ୍ପନା ତାଙ୍କର ଏହି ପ୍ରୟାସ ଜାରି ରଖିଛନ୍ତି। ନିଜେ ରୋଜଗାରକ୍ଷମ ହେବା ସଙ୍ଗେ ସଙ୍ଗେ ଅ।ଉ କିଛି ମହିଳାମାନଙ୍କ ପାଇଁ ମଧ୍ୟ ରୋଜଗାରର ମାଧ୍ୟମ ସାଜିଛନ୍ତି।  ଏସବୁ ଭିତରେ ବି କଳ୍ପନା ନିଜର ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବା ସହିତ ଭଲମଣିଷ କରିବାକୁ ବି ଭୁଲିନାହାନ୍ତି। ଝିଅ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ସାନପୁଅ ଜଣେ ଏନଅ।ଇଟି ଇଞ୍ଜିନିୟର ଏବଂ ବଡ଼ପୁଅ ବାରିପଦାର ଜଣେ ଲବ୍ଧ ପ୍ରତିଷ୍ଠିତ ଅ।ର୍କିଟେକ୍ଟ। ଏତଦ୍‌ ବ୍ୟତୀତ କଳ୍ପନା ବିଭିନ୍ନ ସମୟରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାମାନଂକ ଦ୍ଵାରା ସ୍ଵରୋଜଗାର ତାଲିମ ପ୍ରଦାନ କରାଯାଉଥିବା କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବରେ ମହିଳାମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରି ସଫଳତା ସାଉଁଟିଥାନ୍ତି।

Latest Posts

Don't Miss