ଉଦୟପୁର: ଆସନ୍ତା ନିର୍ବାଚନ ପାଇଁ ସଜାଗ ହେଉଛି କଂଗ୍ରେସ ଦଳ । ଏନେଇ ବିଭିନ୍ନ ରାଜ୍ୟରେ କଂଗ୍ରେସ ତା ଦଳକୁ ସୁଦୃଢ କରିବାକୁ ଯୋଜନା ଚଳାଇଛି । ରାଜସ୍ଥାନର ଉଦୟପୁରରେ କଂଗ୍ରେସ ‘ନବ ସଙ୍କଳ୍ପ ଶିବିର’ କାର୍ଯ୍ୟକ୍ରମ ଚଳାଇଛି । ଆଉ ଏହି ସମୟରେ କୁହାଯାଉଛି ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ପୁରା ଦୃଢ କରିବାକୁ ରାହୁଲ ଗାନ୍ଧୀଙ୍କ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ବର୍ଷେ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିବେ, ଏହି ଯାତ୍ରାର ଅଧିକାଂଶ ‘ପାଦଯାତ୍ରା’ ହେବ । ଏହା ମାଧ୍ୟମରେ କଂଗ୍ରେସ ଦେଶର ଲୋକଙ୍କୁ ନିଜ ସହ ଯୋଡିବାକୁ ଚେଷ୍ଟା କରିବ ।
Congress leader Rahul Gandhi will travel from Kashmir to Kanyakumari in the next one year, most of it will be 'Padayatra'. G23 demanded to form a Congress Party Parliamentary Board: Sources
(File Photo) pic.twitter.com/fm4PYQzT98
— ANI (@ANI) May 14, 2022
ସୂଚନା ଅନୁସାରେ, G23 (କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ନେତାମାନେ)ର ନେତାମାନେ କଂଗ୍ରେସ ପାର୍ଟି ପାର୍ଲାମେଣ୍ଟ ବୋର୍ଡ ଗଠନ ପାଇଁ ଦାବି କରିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ୧୪ ତାରିଖରେ ‘ନବ ସଙ୍କଳ୍ପ ଶିବିର’ର ଦ୍ୱିତୀୟ ଦିନରେ ଦଳର ସାଧାରଣ ସଚିବ, ରାଜ୍ୟ ଦାୟିତ୍ୱ, ରାଜ୍ୟ ୟୁନିଟ୍ ସଭାପତି, ବିଧାନସଭା ଦଳର ନେତା ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଥିଲେ । ଏବଂ ଏହିସବୁ ଯୋଜନା ଏହି ବୈଠକରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ଏହି ଯୋଜନାରେ ସହମତ ଦେଇଥିଲେ।
ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସଂଗଠନର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ, ବରିଷ୍ଠ ନେତା ଡିଜିଭି ସିଂ, ପି ଚିଦାମ୍ବରମ୍, ଭୁପେନ୍ଦ୍ର ସିଂ ହୁଡା, କମଲ ନାଥ, ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ, ଗୌରବ ଗୋଗୋଇ, ଅଶୋକ ଗେହଲଟଙ୍କ ସମେତ ଅନେକ ବଡ ନେତା ଉପସ୍ଥିତ ଥିଲେ । ଏହାସହ, ଶୁକ୍ରବାର ଦିନ, ସୋନିଆ ଗାନ୍ଧୀ କଂଗ୍ରେସରେ ଏକ ପରିବର୍ତ୍ତନ ଆଣିବା ଦରକାର ବୋଲି କହିବା ସହ ସାଧାରଣ ପରିସ୍ଥିତିକୁ ଏକ ଅସାଧାରଣ ଉପାୟରେ ମୁକାବିଲା କରାଯାଏ ବୋଲି କହିଛନ୍ତି ।

