spot_img

Latest Posts

ବାବା ବିବାଦ: ପୁରୀରେ ନକଲି ଶଙ୍କରାଚାର୍ଯ୍ୟ

ପୁରୀ: ଅସଲି ବନାମ ନକଲି ଶଙ୍କରାଚାର୍ଯ୍ୟ। ପୁରୀ ପରେ ଭୁବନେଶ୍ବରରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଜୋରଦାର୍ ବିରୋଧ। ବାବା ଅଧୋକ୍ଷାନନ୍ଦ ଦେବ ତୀର୍ଥଜୀ ମହାରାଜ ନିଜକୁ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରି ଆସୁଛନ୍ତି। ଆଜି ସେ ଲିଙ୍ଗରାଜ ଦର୍ଶନ ପାଇଁ ଆସିଥିବା ବେଳେ ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧୋକ୍ଷାନନ୍ଦ ନିଜ ସପକ୍ଷରେ ଯୁକ୍ତି ବାଢି ପୂରା ବାୟୋଡାଟା ଦେଇଥିବା ବେଳେ ତାକୁ କିନ୍ତୁ କେହି ଗ୍ରହଣ କରିନଥିଲେ ।

ତାଙ୍କ ଉପରେ ହାଇକୋର୍ଟ କିଛି କଟକଣା ଲଗାଇଥିଲେ। ସେ ଭାରତ ସାରା ବୁଲି ସନାତନ ଧର୍ମର ପ୍ରଚାର କରୁଛନ୍ତି। ଏବେବି ତଳ କୋର୍ଟରେ ମାମଲା ଅଛି। କୌଣସି ପ୍ରସଙ୍ଗରେ ସ୍ପଷ୍ଟ ହେବାର ଥିଲେ କୋର୍ଟକୁ ଆସିବାକୁ କହିଛନ୍ତି ଅଧୋକ୍ଷାନନ୍ଦ। ବିକ୍ଷୋଭବେଳେ ତୁରନ୍ତ ଓଡ଼ିଶା ଛାଡ଼ି ଫେରିଯିବାକୁ ତାଙ୍କୁ ଚେତାବନୀ ଦେଇଥିଲେ ଆଦିତ୍ୟ ବାହିନୀର କର୍ମକର୍ତ୍ତା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ କରିଥିଲା।

ଏବେ ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଥିବାବେଳେ ଅଧୋକ୍ଷାନନ୍ଦଙ୍କ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Latest Posts

Don't Miss