spot_img

Latest Posts

ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ଅର୍ଥନୈତିକ କରିଡରରେ ଶିଳ୍ପଦ୍ୟୋଗ ସ୍ଥାପନ ପାଇଁ ସହମତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ମାଣାଧିନ ବିଜୁ ଏକ୍ସପ୍ରେସ ଓ୍ୱେ ସଡ଼କ ପଥ ନିର୍ମାଣ ପରିପ୍ରେକ୍ଷୀରେ ସୋମବାର ପଶ୍ଚିମ ଓଡ଼ିଶାର ସମ୍ପୃକ୍ତ ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ହେବା ସମ୍ପର୍କରେ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ବୃହତ ସଡ଼କ ସମ୍ପୂର୍ଣ୍ଣ ଦେବାକୁ ଲକ୍ଷ୍ୟ ରହିଛି ।

ସମୀକ୍ଷାରୁ ଜଣାଯାଇଛି ଯେ, ବରଗଡ଼ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡ଼ା ଜିଲ୍ଲାର ସିନାପାଲି ଓ କଳାହାଣ୍ଡି ଗୋଳାମୁଣ୍ଡା ଦେଇ ୪ ଲେନ୍ ବିଶିଷ୍ଟ ବୁଜୁ ଏକ୍ସପ୍ରେସ ଓ୍ୱେ ନିର୍ମାଣାଧୀନ ଥିବା ବେଳେ ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ । ଏଥିପାଇଁ ୧୧ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ଏହି ଅର୍ଥନୈତିକ କରିଡର ପାଇଁ ବରଗଡ଼ରେ କେତେକ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଜମି ଅଧିଗ୍ରହଣ ସରିଛି । ବିଜୁ ଏକ୍ସପ୍ରେସ ଓ୍ୱେ ଏବଂ ରେଳସଂଯୋଗୀ କରୁଥିବା ନୂଆପଡ଼ାର ଖରିଆର, କଳାହାଣ୍ଡିର ଜୁନାଗଡ଼, ବରଗଡ଼ର ପଦମପୁର ଭଳି ଛୋଟ ଛୋଟ ସହରରେ ଶିଳ୍ପୋଦ୍ୟୋଗି ସ୍ଥାପନକୁ ଗୁରୁତ୍ୱ ଦିଆଯିବ । ଏ ଦିଗରେ ଜିଲ୍ଲା ଇନଭେଷ୍ଟମେଣ୍ଟ ସଂସ୍ଥା ‘ଦିପା’ ଏହାର କାର୍ଯ୍ୟ ଜାରି ରଖିଛି । ପରବର୍ତ୍ତୀ ସମୟରେ ‘ଦିପା’ ଏହାର କାର୍ଯ୍ୟ ପରିସର ଖୋର୍ଦ୍ଧା, କଟକ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାକୁ ସମ୍ପ୍ରସାରିତ କରିବ ।

            ଆହୁରି ମଧ୍ୟ ବଡ଼ ବଡ଼ ଶିଳ୍ପ ସଂସ୍ଥା, ଅଣୁ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଜୁଲାଇ ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ସମ୍ୱଲପୁର କିମ୍ୱା ଝାରସୁଗୁଡ଼ା ମେକ ଇନ୍ ଓଡ଼ିଶା ଆନୁକୂଲ୍ୟରେ ଆଡଭାଣ୍ଟେଜ ଅନୁଗୁଳ ପରି କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପୂର୍ତ୍ତ, ଶିଳ୍ପ, ଏମ୍‌ଏସ୍ଏମ୍ଏଇ ବିଭାଗ ଓ ଇପିକଲ ଆଦି ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Latest Posts

Don't Miss