ଫେସବୁକରେ ଇସ୍ତଫା ଘୋଷଣା କରିବେ କି ଉଦ୍ଧବ ?
ମୁମ୍ବାଇ: ମହାରାଷ୍ଟ୍ରର ମହାଭାରତ ଭିତରେ ସତ୍ତା ହରାଇବାକୁ ଯାଉଥିବା ଉଦ୍ଧବ ଠାକେର ରଖିବେ ବାର୍ତ୍ତା । ସଂଧ୍ୟା ୫ଟାରେ ଫେସବୁକକେ କରିବେ ସିଧାପ୍ରସାରଣ । ଫେସବୁକ ଜରିଆରେ ନିଜର ମତ ରଖିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଦ୍ଧବଙ୍କ କଥାକୁ ସମସ୍ତଙ୍କ ନଜର ରହିଥିବାବେଳେ, ଖୋଦ ଏଭଳି ସୂଚନା ଖବରର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି । କାରଣ ଦଳର ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ ୩୪ ଜଣ ବିଧାୟକଙ୍କୁ ନେଇ ଗୌହାଟୀର ଏକ ହୋଟେଲରେ ରହିଛନ୍ତି ।
ମହାବିକାଶ ଅଘୋଡୀ ସରକାରକୁ ସମର୍ଥନ ନକରିବା ନେଇ ଘୋଷଣା କରିଛନ୍ତି । ଯଦି ଏପରି ହୁଏ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପକ୍କା ହୋଇଛି । ତେବେ ଉଦ୍ଧବ ଠାକେରଙ୍କ ମନ୍ତବ୍ୟ ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ମଧ୍ୟାହ୍ନରେ ଶିବସେନା ଜାରି କରିଥିଲା ହ୍ୱିପ୍ । ମୁମ୍ବାଇରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ସଂଧ୍ୟାରେ କ୍ୟାବିନେଟ ବୌଠକରେ ଯୋଗଦେବାକୁ କୁହାଯାଇଥିଲା । କିନ୍ତୁ ସମୟ ଅତିକ୍ରାନ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କ୍ୟାବିନେଟ ବସିପାରି ନାହିଣଁ । ସେପଟେ ଶିବସେନାର ଏକ ବୌଠକ ଆହୁତ ହୋଇ ଯାଇଛି । ଉଦ୍ଧବ ଠାକେର କୋଭିଡ ସଂକ୍ରମିତ ହୋଇଥିବାବେଳେ ସେ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ ।
ଉଦ୍ଧବ ସରକାର ବିରୋଧରେ ଥିବା ବିଧାୟକଙ୍କୁ ଶିବସେନା ଦଳ ବିରୋଧି ଆଇନ ଲାଗୁ କରିବାକୁ ଯୋଜନା କରିଛି । ଯେଉଁଥିରେ ପ୍ରମୁଖରେ ରହିଛନ୍ତି ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ । ଅନ୍ୟପଟେ ଏନେଇ ଏକନାଥ କହିଛନ୍ତି, ଏହି ବୈଠକ ଭିତ୍ତିହୀନ । ଏବଂ ଶିବସେନା କହୁଥିବା ଦଳ ନିରୋଧି ଆଇନ୍ ଅବୈଧ । ସମସ୍ତ ଶିବସେନା ବିଧାୟକ ଗୋଟେ ପଟେ ରହିଥିବାବେଳେ ସେପଟେ କିଏ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିନ୍ଧେ । ଫେସବୁକରେ ଉଦ୍ଧବ ଇସ୍ତଫା ଦେବା ନେଇ ଘୋଷଣା କରିବେ କି ? ତେହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ।