spot_img

Latest Posts

ଗୁରୁ ଦିବସରେ ୧୬ ଗୁରୁଙ୍କୁ ଗୁରୁବ୍ରହ୍ମା ସମ୍ମାନ

ଭୁବନେଶ୍ବର: ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ । ନନ୍ଦିଘୋଷ ଟିଭି ଓ ଦୈନିକ ସକାଳର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଗଲା ଗୁରୁବ୍ରହ୍ମା ସମ୍ମାନ । ଶିକ୍ଷକ ଦିଲ୍ଲୀପ କୁମାର କର, ନାରାୟଣ ଚନ୍ଦ୍ର ସେନାପତି, ପ୍ରଦୀପ କୁମାର ପଣ୍ଡା, ଅଜିତ କୁମାର ସେଠୀ, ବିନୋଦ ବିହାରୀ ପଣ୍ଡା, ସନ୍ତୋଷ କୁମାର ସାହୁ, ଏନ. ରାଜେଶ କୁମାର, ଶ୍ରୀମତୀ ପ୍ରମିଳା କୁମାରୀ ସାହୁ, ତପସ୍ବିନୀ ଦାଶ, ନବକିଶୋର ମଲ୍ଲିକ, ଝରଣା ମିଶ୍ର, ବିପିନ ବିହାରୀ ସାହୁ, ପ୍ରମୋଦ କୁମାର କର, ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଓ ଦ୍ବିତିଚନ୍ଦ୍ର ସାହୁଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି ।

ଏହାସହ ଚୟନ କମିଟିର ୪ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସମ୍ମାନିତ ଅତିଥି ଭାବେ ସାମଲ ହୋଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ ଯୋଗଦେଇ ଶିକ୍ଷାର ବିକାଶ ଉପରେ ଆଲୋଚନା କରିଥିଲେ ।

ଯେଉଁ ଦେଶ ଶିକ୍ଷାରେ ଆଗୁଆ ସେହି ରାଷ୍ଟ୍ରରେ ଅଧିକ ଖୁସି ରହିଛି ବୋଲି କହିଥିଲେ ସଞ୍ଜୀବ ରାଉତ । ଉତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ୯୦ରୁ ଅଧିକ ଶିକ୍ଷକ ଗୁରୁବ୍ରହ୍ମା ସମ୍ମାନ ପାଇଁ ଆବେଦନ କରିଥିବା ବେଳେ ୪ ଜଣିଆ ଚୟନ କମିଟି ୧୬ ଜଣଙ୍କୁ ବାଛିଥିଲେ । ମଞ୍ଚରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନଓ୍ବାର ଉପସ୍ଥିତ ଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

Latest Posts

Don't Miss