spot_img

Latest Posts

ଆଖଣ୍ଡଳମଣୀ ପୀଠ ବିକାଶ କାମର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଭୁବନେଶ୍ୱର: କେତେ ବାଟ ଆଗେଇଛି ଭଦ୍ରକ ଆଖଣ୍ଡଳମଣୀ ପୀଠର ବିକାଶ କାମ । ଆଜି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ । ଅପରାହ୍ଣ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠ ପାଇଁ ଦିଆଯାଇଥିବା ୨୧ କୋଟି ଟଙ୍କାର କାର୍ଯ୍ୟ କେତେବାଟ ଆଗେଇଛି। ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ମନ୍ଦିର ପାଇଁ ୬ କୋଟି, ସାଇନ୍ସ ସିଟି ପାଇଁ ୬ କୋଟି ୬୦ ଲକ୍ଷ, ପାନ୍ଥ ନିବାସ ପାଇଁ ୩ କୋଟି ୫୦ ଲକ୍ଷ, ଦୋକାନ ଗୃହ ପାଇଁ ୪ କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବା ସହ ସେବାୟତଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ପାଇଁ ସହାୟତା ଦେବାର ଯୋଜନା ରହିଛି। ପ୍ରଥମେ ଧାମରା ହେଲିପ୍ୟାଡରେ ଓହ୍ଲାଇ ବାଲିମୁଣ୍ଡାରେ ସ୍ଥାପନ ହେବାକୁ ଥିବା ଏଆରଷ୍ଟ୍ରିପ କାର୍ଯ୍ୟର ସମୀକ୍ଷା କରିବେ। ପରେ କଇଥକୋଲାରେ ୭୫୦ ଏକର ଜାଗାର ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବୁଲି ଦେଖିବେ । ଏହାସହ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଦେଖିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ। ସେହିପରି ୨୨୫ କୋଟି ଟଙ୍କାର ନିର୍ଆଣଧିନ ଧାମରା ଜାମୁଝାଡ଼ି ରାସ୍ତା ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ।

Latest Posts

Don't Miss