୧୧ମାସ ଧରି ରାସ୍ତାରେ ଗଡ଼ୁଛି ବାହୁବଳି ଟ୍ରଲର୍, ଦିନକୁ ଚାଲୁଛି ୧୫କିମି.
1 min read
ବାହୁବଳୀ ଟ୍ରଲର କଛପ ଗତି । ୧୧ ମାସ ଧରି ଗଡୁଛି । ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଲାଗିବ ଆହୁରି ମାସେ । ଦିନକୁ ଗଡୁଛି ୧୫ କିମି । ମାସକୁ ୪୫୦ କିଲୋମିଟର । ବାହୁବଳୀ ପାଇଁ ତିଆରି ହେଉଛି ନୂଆ ରାସ୍ତା । ତିଆରି ହେଇଛି ଲୁହାର ପୋଲ ।
ସଡ଼କ ମାର୍ଗରେ ଓଜନିଆ ଜିନିଷ ପରିବହନ କରୁଥିବା ବହୁ ଟ୍ରଲର ଆପଣ ନିଶ୍ଚୟ ଦେଖିଥିବେ। ଗୋଟିଏ ରାଜ୍ୟରୁ ଅନ୍ୟଏକ ରାଜ୍ୟକୁ ମାଲ୍ ପରିବହନ ପାଇଁ ଟ୍ରଲରର ବ୍ୟବହାର ହୋଇଥାଏ। ଟ୍ରଲର ଚାଳକ ୨ ଦିନକୁ ୫୦୦କିମି.ରୁ ଅଧିକ ରାସ୍ତା ଅତିକ୍ରମ କରିଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି କି ଟ୍ରଲର ଦିନକୁ ମାତ୍ର ୧୫ରୁ ୨୦କିମି. ଚାଲୁଥିବା।
ରାଜରାସ୍ତାରେ ୧୧ ମାସ ଧରି ଗଡ଼ୁଛି ଏଭଳି ଏକ ଟ୍ରଲର । ୨୦୨୧ ନଭେମ୍ବରରେ ଗୁଜୁରାଟର ମୁଦ୍ରା ପୋର୍ଟରୁ ବାହାରିଥିବା ଏହି ଟ୍ରଲର ଆଜି ପର୍ଯ୍ୟନ୍ତ ଠିକଣାସ୍ଥଳରେ ପହଞ୍ଚିପାରୁନାହିଁ । ଓଜନ ଏତେ ଅଧିକ ଯେ ଦିନକୁ ମାତ୍ର ୧୫ରୁ ୨୦କିମି. ଯାଇପାରୁଛି । ଏହାର ଗତି ଏତେ ଧୀର ଯେ ପାଦଚଲା ଲୋକ ଆଗେଇ ଯିବେ। ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରଲରରେ…
ଗୁଜରାଟରୁ ବାହାରିଥିବା ଏହି ଦୁଇ ଟ୍ରଲରରେ ରହିଛି ଓଜନିଆ ରିଏକ୍ଟର । ଯାହାକୁ ପଚପଦ୍ର ରିଫାଇନାରୀକୁ ନିଆଯାଉଛି । ଗୋଟିଏ ରିଏକ୍ଟରର ଓଜନ ୧୧୪୮ ମାଟ୍ରିକ୍ ଟନ୍ ହୋଇଥିବା ବେଳେ ଅନ୍ୟଟିର ଓଜନ ହେଉଛି ୭୬୦ ମାଟ୍ରିକ୍ ଟନ୍ । ଟ୍ରଲରରେ ୪୪୮ ଟାୟାର ଥିବା ବେଳେ ଏହାକୁ ଟାଣୁଛି ୩ଟି ବଲବୋ ଟ୍ରକ୍ । ସେହିପରି ଅନ୍ୟ ଟ୍ରଲରରକୁ ଟାଣୁଛନ୍ତି ଦୁଇ ବଲବୋ ଟ୍ରକ୍ । ରିପୋର୍ଟ ଅନୁସାରେ ଗୋଟିତଲ ବଲବୋ ଟ୍ରକ୍ ୪୦୦ ଟନ୍ ଓଜନ ଟାଣିପାରେ ।
ଏହି ଦୁଇ ଟ୍ରଲରକୁ ନର୍ମଦା ନଦୀ ପାର୍ କରାଇବା ଲାଗି ଖର୍ଚ୍ଚ ହୋଇଛି ୪ କୋଟି ଟଙ୍କା । ଖାସକରି ଏହିପରି ଓଜନିଆ ଟ୍ରଲର ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ପୋଲ୍ ତିଆରି ହୋଇଥାଏ । ଥରାଦ-ବାବ ହାଇୱେ ଉପରେ ନର୍ମଦା ବ୍ରିଜ୍ ଭଳି ସମାନ୍ତରାଳ ପୋଲ ନିର୍ବାଣ ହୋଇଛି । ପୋଲ ତିଆରି ପାଇଁ ୧ ମାସ ସମୟ ଲାଗିଥିବା ବେଳେ ଓଜନ ରହିଛି ୩୦୦ ଟନ୍।
ଦୁଇ ଟ୍ରଲରଙ୍କ ସହିତ ଅଛନ୍ତି ୨୫ ଜଣିଆ ଟିମ୍ । ଟ୍ରଲର ଅପରେଟର,ଟେକ୍ନିସିଆନ ଓ ହେଲପର ସହିତ ରୋଡ୍ କ୍ଲିୟରିଂ ଟିମ୍ ଯାଉଛନ୍ତି ଟ୍ରଲର ସହିତ । ହାଇୱେରେ ହାଇଟେନସନ୍ ତାର ଟ୍ରଲର ପାଇଁ ହାଇ ଟେନସନ୍ ଦେଇଥାଏ । ଯେଉଁଥିପାଇଁ ଏହା ଯିବା ରାସ୍ତାରେ ଲାଇନ୍ ସଟ୍ ଡାଉନ୍ କରାଯାଏ । ଟ୍ରଲର ରାସ୍ତା ପାର ନହେବା ପର୍ଯ୍ୟନ୍ତ ଡିସ୍କମ୍ ପୁରା ରାସ୍ତାରେ ଥିବା ହାଇଟେନସନ୍ ଇଲେଟ୍ରିସିଟିକୁ ସଟ୍ ଡାଉନ୍ ରଖିଥାଏ ।