spot_img

Latest Posts

କେନ୍ଦ୍ରାପଡ଼ାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆହୁରି ସୁବ୍ୟବସ୍ଥିତ ହେବ ସ୍ବାସ୍ଥ୍ୟ ସେବା। ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସିବ ରୂପାନ୍ତରଣ। କେନ୍ଦ୍ରାପଡାର ଇଚ୍ଛାପୁର ସ୍ଥିତ ଶ୍ୟାମଗୁଡିଆରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ଚିକତ୍ସାଳୟରେ ୨୦୦ ଶଯ୍ୟା ସହ ରହିଛି ଟ୍ରମା କେୟାର, ୩୪ଟି ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ, ଉନ୍ନତ ଧରଣର ଓଟି କମ୍ପ୍ଲେକ୍ସ, ୧୫ ଶଯ୍ୟା ବିଶିଷ୍ଟ SNCU ସହ କଙ୍ଗାରୁ ମାତୃସେବା ସୁବିଧା।

କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହି ଚିକିତ୍ସାଳୟ। ଜିଲ୍ଲାର ରୋଗୀମାନଙ୍କୁ ଆଉ ଚିକିତ୍ସା ପାଇଁ ଆଉ କଟକ, ଭୁବନେଶ୍ବର ଯିବା ଆବଶ୍ୟକ ପଡିବ ନାହିଁ। ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ। ମୋ ପାଇଁ ‘ପ୍ରତି ଜୀବନ ମୂଲ୍ୟବାନ’। ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଷ୍ଠାର ସହ ରୋଗୀର ସେବା କରନ୍ତୁ। ରୋଗୀଙ୍କ ମୁହଁରେ ହସ ଓ ମନରେ ବିଶ୍ବାସ ହିଁ ଆପଣମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ବୋଲି ଡାକ୍ତର ଓ ଚିକିତ୍ସାଳୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକାର୍ପଣ ସମୟରେ ଉପସ୍ଥିତ ରହିଥିଲେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ।

Latest Posts

Don't Miss