ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ । ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ବିରାଟ କୋହଲି । ବିରାଟ ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମୋହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ୧୬ ରନ କରିବା ମାତ୍ରେ ସେ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଶୀର୍ଷ ରନହାସଲକାରୀ ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି।
ବାଂଲାଦେଶ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ବିରାଟ କୋହଲି ୪୪ ବଲ୍ରୁ ଆଠ ଚୌକା ଏବଂ ଗୋଟିଏ ଛକା ସହ ୬୪ ରନ କରି ଅପରାଜିତ ଥିଲେ । କୋହଲି ନାଁରେ ୧୬୬୫ ରନ ରହିଥିବା ଜୟବର୍ଦ୍ଧନେଙ୍କ ନାଁରେ ୧୦୧୬ ରନ ରହିଛି । ଏହାସହ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି ।
ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର୍ କରିଥିବା ଭାରତୀୟ ବ୍ୟାଟର ଭାବେ ସଚିନଙ୍କୁ ପଛରେ ପକାଇଲେ ବିରାଟ। ଆଜି ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୪୪ ବଲରେ ୬୪ ରନ୍ କରି ଏହି ରେକର୍ଡ କରିଛନ୍ତି ବିରାଟ କୋହଲି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର କରିଥିବା ଏକମାତ୍ର ଭାରତୀୟ ବ୍ୟାଟର ଥିଲେ । ହେଲେ ଆଜିର ୬୪ ରନ୍ ପରେ ବିରାଟ ସଚିନଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ମାଟିରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି ।

