spot_img

Latest Posts

ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକ

ଭୁବନେଶ୍ୱର: ମେକ୍ ଇନ ଓଡ଼ିଶା ୨୦୧୬ ଏବଂ ୨୦୧୮ ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶ ବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସିଲ୍ଡ ଇନ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ରହିଛି । ମେକ୍ ଇନ ଇଣ୍ଡିଆ କନକ୍ଲେଭକୁ ସଫଳତାର ସହିତ ଆୟୋଜନ କରିବାକୁ ରାଜ୍ୟ ଶିଳ୍ପ ବିଭାଗ, ଫିକି, ଇପିକଲ ସହିତ ପିଡବ୍ଲୁସି, ଲାନିୟାର୍ଡସ, ଜେନେସିସ୍ ଆଦି ସଂସ୍ଥା ସହଯୋଗ କରୁଛନ୍ତି । ଏହି ବୃହତ ଶିଳ୍ପ ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସୁବିଧାରେ ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା ।

ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଯୋଗ ଦେଇ ଏହି କନକ୍ଲେଭ ନେଇ ମିଡିଆ ପ୍ଲାନିଂ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ୍ ଭାବେ ସୂଚନା ଦେଇଥିଲେ ଏବଂ ସେମାନଙ୍କଠାରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାରକୁ ନେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବ୍ୟକ ସୂଚନା ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀମାନେ ମଧ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗରୁ ସୂଚନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଗାଇ ଦେବା ପାଇଁ ତତନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂ ପ୍ରକାଶ କହିଥିଲେ । ବିଭାଗର ନିର୍ଦ୍ଦେଶକ  ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମର ସିଧା ପ୍ରସାରଣ, ବିଭିନ୍ନ ବୈଦୁତିକ ଚ୍ୟାନେଲଗୁଡ଼ିକ ଦ୍ୱାରା ଟିଭି କଭରେଜ, ଫଟୋ କଭରେଜ, ଓବି ଭ୍ୟାନର ଅବସ୍ଥାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ବିଜନେସ୍ ରିପୋର୍ଟିଂ ପ୍ରତିନିଧି ଭାବେ ଏଣ୍ଟ୍ରି ପାସ୍ ପାଇବାକୁ ଥିବା ପ୍ରତିନିଧିମାନଙ୍କୁ ଗେଟ୍ ନଂ-୩ ଦେଇ ପ୍ରବେଶ ଅନୁମତି ରହିବ । କନକ୍ଲେଭର ଉପଲବ୍ଧ ସ୍ଥାନକୁ ଦୃଷ୍ଟି ଦେବା ସହିତ ଗଣମାଧ୍ୟ ପ୍ରତିନିଧିମାନେ ଯେପରି ସୁବିଧାରେ କାର୍ଯ୍ୟକ୍ରମର ପ୍ରସାରଣ ବା ପ୍ରକାଶନର ସୁବିଧା ପାଇବେ, ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ବୋଲିଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶର୍ମା ପ୍ରକାଶ କହିଛନ୍ତି ।

Latest Posts

Don't Miss