spot_img

Latest Posts

ରାଜଧାନୀରେ ଅନ୍ତର୍ଜାତୀୟ ଟେନିସ କୋଚ ଷ୍ଟିଫେନ କୁନ

ଭୁବନେଶ୍ୱର: ରାଜଧାନୀରେ ଅନ୍ତର୍ଜାତୀୟ ଟେନିସ କୋଚ ଷ୍ଟିଫେନ କୁନ । କେଟି ଗ୍ଲୋବାଲ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି କୁନ । ଭାରତରେ ଦିନକୁ ଦିନ ଟେନିସର ଭିତ୍ତିଭୂମି ବଢୁଥିବା ବେଳେ ପ୍ରଦର୍ଶନରେ ବି ବେଶ୍ ସଫଳ ହେଉଛି ଦେଶ । ଆଗାମୀ ଦିନରେ ବିଶ୍ୱସ୍ତରୀୟ ଟେନିସ ପ୍ରତିଯୋଗିତାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଷ୍ଟିଫେନ କୁନ କହିଛନ୍ତି। ସେହିଭଳି ଓଡିଶାରେ ମଧ୍ୟ ଖେଳ ଭିତ୍ତିଭୂମି ଦୃଢ ରହିଛି।

ଏଠି ମଧ୍ୟ ଅନେକ ଟେନିସ ଖେଳାଳି ରହିଛନ୍ତି। ସେମାନଙ୍କୁ ସଠିକ ତାଲିମ ପ୍ରଦାନ କରାଗଲେ ସେମାନେ ମଧ୍ୟ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ଷ୍ଟିଫେନ କହିଛନ୍ତି। ଷ୍ଟିଫେନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Latest Posts

Don't Miss