spot_img

Latest Posts

‘କଥାରେ କଥାରେ ବର୍ଷାଙ୍କୁ କ୍ଷତାକ୍ତ କରୁଛି ବିଜେପି’

ଭୁବନେଶ୍ୱର: ପଦମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରୁଛି ବିଜେପି । ମହିଳାଙ୍କୁ ଅସମ୍ମାନ ବିରୋଧରେ ବର୍ଷିଲା ବିଜେଡି। ପଦମପୁରରେ ସବୁ ସୀମା ଟପିଛି ବିଜେପି। ସଭା ସମିତିରେ ଆତ୍ମାକୁ ବାଧିଲା ଭଳି କଥା କହୁଛନ୍ତି ବିଜେପି ନେତା। ଏଥିରେ ବର୍ଷା ମାନସିକ ଭାବେ ନିର୍ଯାତିତ ହେଉଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଅସମ୍ମାନ କରୁଛନ୍ତି। ଜୁଏଲ ଓରାମ ଏବଂ ପ୍ରଦୀପ ପୁରୋହିତ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ପଦମପୁର ଉପନିର୍ବାଚନରେ ବିଜେପି ହାରିବା ନେଇ ଜାଣିସାରିଛି।

ତେଣୁ ଔଷଧ ବିକଳରେ ତାଟିଆ କାମୁଡୁଛି ଦଳ। କଥାରେ କଥାରେ ବର୍ଷାଙ୍କୁ କ୍ଷତାକ୍ତ କରୁଛି ବିଜେପି । ସୁସ୍ଥ ପରମ୍ପରା ତିଆରି କରିବା ସହ ଲାଞ୍ଛନା ଦେବା ବନ୍ଦ ହେଉ। ବିଜେପିର ନାରୀ ବିରୋଧୀ ଉଚ୍ଚାରଣ ଓ ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି। ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଜେଲରୁ ବାହାରି ମଧ୍ୟ ସେ ବିଜେପିର ଷ୍ଟାର ପ୍ରଚାରକ ପାଲଟିଛନ୍ତି । ସ୍ୱାଭିମାନୀ ପଦମପୁରବାସୀ ବିଜେପିକୁ କେବେ କ୍ଷମା ଦେବେନି ।ମହିଳାଙ୍କୁ ସମ୍ମାନ ଦେଇ ଜାଣିନଥିବା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି।

ସେପଟେ ପଦ୍ମପୁର ଉପ ନିର୍ବାଚନରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ ମହିଳାଙ୍କୁ ଅସମ୍ମାନ ବିରୋଧରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଓ ପ୍ରତିବାଦ। ରାଜମହଲ ଛକରେ ମେୟର ସୁଲୋଚନା ଦାସ, ସାଂସଦ ସୁଲତା ଦେଓଙ୍କ ସମେତ ଶତାଧିକ ମହିଳା ଏକାଠି ହୋଇ ବିଜେପି ନେତା ଜୁଏଲ ଓରାମ, ଜୟ ନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛି ବିଜେଡି ।

ଏହି ୩ ଜଣ ନେତାଙ୍କ ପୋଷ୍ଟରକୁ ଚପଲରେ ପିଟିବା ସହିତ ନିଆଁ ଲଗାଇ ପ୍ରତିବାଦ କରିଥିଲେ ବିଜେଡି କର୍ମୀ । ଉପ ନିର୍ବାଚନରେ ହାରିବା ଭୟ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇଛି ବୋଲି ଦଳ ଅଭିଯୋଗ କରିଛି । ଏନେଇ ଓଡ଼ିଶା ବାସୀଙ୍କୁ କ୍ଷମା ମାଗନ୍ତୁ, ନଚେତ୍ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Latest Posts

Don't Miss