spot_img

Latest Posts

କ୍ୟାବିନେଟ ବୈଠକ: ୨୯୬ ନୂଆ ପଦବୀକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଓଡ଼ିଶା ଶ୍ରମ ସେବା ନିୟମ ୨୦୧୯କୁ ମଞ୍ଜୁରୀ। ଶ୍ରମ ବିଭାଗର ୨୯୬ ନୂଆ ପଦବୀ ସହ ଶ୍ରମ ଅଧିକାରୀଙ୍କ ସଂଖ୍ୟା ୫୩୯କୁ ବୃଦ୍ଧି କରାଯାଇଛି  । ଗ୍ରାମାଞ୍ଚଳରେ ଯେଉଁ ନିଯୁକ୍ତି ପାଉଥିଲେ ଆଏଲ୍ଆଇ ବଦଳରେ ଏଏଲ୍ଓ ହେବ। ୯୦% ସିଧାସଳଖ ନିଯୁକ୍ତି ପାଇବେ। ୪ଟି ପଦୋନ୍ନତି ପାଇବେ। ଅବଢ଼ା ଯୋଜନା, ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବାକୁ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ୧୫ଟି ପ୍ରକଳ୍ପ ସରକାର ଅନୁମୋଦନ ଦେଇଛନ୍ତି। ଯଦି ଆବଶ୍ୟକ ପଡେ ସରକାରଙ୍କ ଠାରୁ ଅନୁମତି ନେଇ ପ୍ରକଳ୍ପ କରିପାରିବ ପୂର୍ତ୍ତ ବିଭାଗ। ଶ୍ରୀମନ୍ଦିର ସଂସ୍କାର କମିଶନ ରିପୋର୍ଟ ଆଧାରରେ ଯୋଜନା ପ୍ରସ୍ତୁତ ହୋଇଛି। ହେରିଟେଜ ସିକ୍ୟୁରିଟି ଜୋନ୍, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ତୀର୍ଥ କେନ୍ଦ୍ର, ବହୁମୁଖୀ କାର ପାର୍କିଂ ଜେଲ ରୋଡ଼ରେ ହେବ ୪୦୦ ଭେଣ୍ଡରଙ୍କ ପାଇଁ ଘର, ମଡେଲ କମ୍ପ୍ଲେକ୍ସ ନିର୍ମାଣ, ମୁନିସିପାଲଟି ମାର୍କେଟର ପୁନରୁଦ୍ଧାରକୁ ମିଳିଛି ମଞ୍ଜୁରୀ । ପିଜିତିଭି ସ୍କୁଲ ଶିକ୍ଷକଙ୍କୁ sc/st ସ୍କୁଲ ଭଳି ମାନ୍ୟତା ସାଧାରଣ ପ୍ରଶାସନ ବିଭାଗର ଜିଲ୍ଲାସ୍ତରରେ ମିନିଷ୍ଟ୍ରିଆଲ ନିଯୁକ୍ତି ନିୟମରେ ସଂଶୋଧନ। ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଓ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଭାବରେ ନାମକରଣକୁ ମିଳିଛି ମଞ୍ଜୁରୀ । ପୂର୍ବରୁ ବିମାନ ଶାଖା ଜିଏ ବିଭାଗ ଅଧୀନରେ ରହିଥିବାବେଳେ ଏବେ ପରିବହନ ବିଭାଗ ଅଧୀନକୁ ଯିବ। ଓଡିଶା ଲେବର ସର୍ଭିସରେ ସଂଶୋଧନ। ପାଇପ ୱାଟର ସପ୍ଲାୟ ସ୍କିମ- ମୟୁରଭଞ୍ଜ, ଯାଜପୁର, କେନ୍ଦୁଝରର ୩ ବ୍ଲକ ୩୮୪ ଗାଁର  ୩ ଲକ୍ଷ ୨୦ ହଜାର ୫୮୪ ଲୋକଙ୍କ ପାଇଁ ପାଣି ଯୋଗାଇ ଦିଆଯିବ। OMBARDSI ପାଣ୍ଠି ଦେବ ୬୦୦ କୋଟି ବ୍ୟୟ ବରାଦ। ‘ବସୁଧା’ ଯୋଜନାରେ ୩୩୯.୩୮ କୋଟି ଟଙ୍କାର ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ହେବ। ରାଜସ୍ୱ ବିଭାଗ ୟୁଜର୍ସ ଫି’ ଛାଡ଼ କରାଗଲା। ଆବେଦନ ଦେୟ ବି ଛାଡ଼ କରାଗଲା। ବିଭିନ୍ନ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଥିଲା ଫି।  ୟୁଜର୍ସ ଫି ୩୦ ଟଙ୍କା ଛାଡ଼ ହୋଇଛି। ଆଉ କମନ ସର୍ଭିସ ସେଣ୍ଟର ଯିବାକୁ ପଡ଼ିବ ନାହିଁ। ଘରେ ବସି ଆବେଦନ କରି ହେବ। ଓଡିଶା ହିନ୍ଦୁ ଏଣ୍ଡୋମେଣ୍ଟ ରିଲିଯିଅନ ଆକ୍ଟରେ ଗୋବର୍ଦ୍ଧନ ମଠକୁ ବାଡ଼ ଦିଆଗଲା। ')}

Latest Posts

Don't Miss