spot_img

Latest Posts

କୋଭିଡ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ ଶେଷ, ଗାଇଡଲାଇନ୍ ମାନିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ସମସ୍ତ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ସାମିଲ ହୋଇଥିଲେ । ଏହି ସମୟରେ କରୋନାର ନୂଆ ଭାରିଆଣ୍ଟ ବିରୋଧରେ ମୁକାବିଲାର ଆକ୍ସନ ପ୍ଲାନ ଉପରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଦେଶବାସୀଙ୍କୁ କରୋନା ଗାଇଡଲାଇନ ମାନିବାକୁ ଆହ୍ୱାନ କରିଛନ୍ତି ।

ମାସ୍କ ପିନ୍ଧିବା, ଟେଷ୍ଟିଂ ବଢ଼ାଇବା ଏବଂ ଜିନୋମିକ ସିକ୍ୱୋନ୍ସିଂର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖାସ କରି କମଜୋର ଏବଂ ବୃଦ୍ଧ ବୃଦ୍ଧାଙ୍କ ପାଇଁ  ବୁଷ୍ଟର ଡୋଜକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡ଼ୁ ମଧ୍ୟ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ ଡକାଇଛନ୍ତି । ଅନ୍ୟପକ୍ଷରେ ସଂସଦରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଦେଶରେ କରୋନା ସ୍ଥିତିକୁ ନେଇ ବିବୃତି ରଖିଥିଲେ ।

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହିତ ଅନେକ ଦେଶରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରକି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟତୀତ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହ ସଚିବ ଅଜୟ କୁମାର ଭଲ୍ଲା, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପରମେଶ୍ୱରନ ଅୟର ସମେତ ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଏବଂ ଆମେରିକାରେ କୋଭିଡର ବୃଦ୍ଧି ମାମଲାକୁ ଦେଖି କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଯାଇଛି । ଏହି ସମ୍ବନ୍ଧରେ କେନ୍ଦ୍ର ସରକାର ବୁଧବାର ସମୀକ୍ଷା ବୈଠକ କରିଥିଲେ ।

Latest Posts

Don't Miss