spot_img

Latest Posts

ଦୁଇ ଓଡି଼ଆ ହକି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଦେବେ ରାଜ୍ୟ ସରକାର

ଭୁବନେଶ୍ବର: ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା। ହକି ବିଶ୍ବକପରେ ଭାଗ ନେଉଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକି ଟିମରେ ସ୍ଥାନ ପାଇଛନ୍ତି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସ। ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି ।

ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି ରୋହିଦାସ। ଜଣେ ଡିଫେଣ୍ଡର ଭାବେ ରୋହିଦାସଙ୍କୁ ପେନାଲିଟି କର୍ଣ୍ଣର ପାଇଁ ଭରସା ଦେଖାଇଥାଏ ଟିମ୍ । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା କାଦୋବାହାଲ ଖେସଙ୍କ ପୈତୃକ ଗାଁ। ଆଜିର ମ୍ୟାଚରେ ଖେସଙ୍କୁ ଉତ୍ସାହିତ କରିବେ ହୋମ କ୍ରାଉଡ୍। ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଭାରତୀୟ ଟିମ ପକ୍ଷରୁ ଆଜି ପଡିଆକୁ ଓହ୍ଲାଇବା ଓଡ଼ିଶା ପାଇଁ ଗର୍ବର ବିଷୟ। ଉଭୟଙ୍କ ଉପସ୍ଥିତି ଆଜି ଖେଳରେ ସ୍ଥାନୀୟ ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିବ।

Latest Posts

Don't Miss