spot_img

Latest Posts

ପୁଅ ଓ ମୁଁ ଏକାଠି ରହିବୁ; ଯଦି ଛାଡପତ୍ର ଦେବୁ ତାହେଲେ…

କଟକ: କଟକ ଶ୍ରୀରାମନଗରରେ ଚାଞ୍ଚଲ୍ୟ। ଦୁଇ ବର୍ଷର ପୁଅକୁ ମାରିବା ପରେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କଲା ସାବତ ମାଆ। ମୃତ ମହିଳା ହେଉଛନ୍ତି ଶିଳ୍ପୀ ଖୁଣ୍ଟିଆ, ତାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ। ଶିଳ୍ପୀ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ ।

ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ଶିଳ୍ପୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ। ଶିଳ୍ପୀ ପିଲାଟିକୁ ବହୁତ ଭଲ ପାଉଥିଲେ। ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ୨ଦିନ ତଳେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା। ସନ୍ତୋଷ ସବୁବେଳେ ଶିଳ୍ପୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଶିଳ୍ପୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ତାଙ୍କଠାରୁ ଛାଡ଼ପତ୍ର ନେଲେ ପୁଅକୁ ମାରିଦେବେ ବୋଲି ଶିଳ୍ପୀ ଧମକ ଦେଇଥିବା ସେ କହିଛନ୍ତି।

ତେବେ ଶିଳ୍ପୀ ଶାଶୂଘର ଗାଁରେ ରହିବାକୁ ଚାହୁଁନଥିଲେ, ଏକଥା ସେ ସନ୍ତୋଷଙ୍କୁ ବିବାହ ପୂର୍ବରୁ ବି କହିଥିଲେ। ହେଲେ ଗାଁରେ ରହିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ଶିଳ୍ପୀଙ୍କ ପରିବାର ଲୋକେ କହିଛନ୍ତି। ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି। ପଇସା ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଶାଶୂଘର ସହ ଶିଳ୍ପୀ ସଂପର୍କ ରଖିବାକୁ ଚାହୁଁନଥିଲେ ବୋଲି ସନ୍ତୋଷ କହିଛନ୍ତି।

ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। କ୍ରାଇମସିନ୍ରୁ ବିଭିନ୍ନ ସାମଗ୍ରୀ ସିଜ୍ କରାଯାଉଛି। ପୋଷ୍ଟମର୍ଟମ ପରେ ମେଡିକାଲ ଅଫିସରଙ୍କ ତଥ୍ୟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନଥିଲେ ବି ଉଭୟ ପରିବାର ମଧ୍ୟରେ ତିକ୍ତତା ଥିଲା। ପାରିବାରିକ କଳହ କାରଣ ହୋଇପାରେ ବୋଲି କଟକ ଡିସିପି କହିଛନ୍ତି

Latest Posts

Don't Miss