ନୂଆଦିଲ୍ଲୀ: କ୍ଷୀର ଦର ପୁଣି ବଢ଼ାଇଲା ଅମୁଲ । ଲିଟର ପିଛା ୩ଟଙ୍କା ଦର ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଅମୁଲ ଗୋଲ୍ଡ ପ୍ରାଇସ ଲିଟର ପିଛା ୬୬ଟଙ୍କା ହୋଇଛି । ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ପକ୍ଷରୁ ଅମୁଲର ସମସ୍ତ କ୍ଷୀର ପ୍ୟାକେଟ୍ ଦାମ୍ ବଢାଯାଇଛି । ଯାହାଫଳରେ ଏବେ ଅମୁଲ୍ ତାଜାର ଦାମ୍ ୫୪ ଟଙ୍କା, ଅମୁଲ୍ କାଓ ମିଲ୍କ ୫୬ ଟଙ୍କା ଏବଂ ଅମୁଲ୍ ଏଟୁ ମଇଁଷି କ୍ଷୀର ଲିଟର ପିଛା ୭୦ରେ ପହଞ୍ଚିଛି ।
ଗତ ଅକ୍ଟୋବରରେ ଅମୁଲ କ୍ଷୀର ଲିଟର ପିଛା ୨ଟଙ୍କା ଲେଖାଏଁ ବୃଦ୍ଧି କରିଥିଲା । ପ୍ରଡକ୍ସନ ଓ ଅପରେସନ ବାବଦ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି।

