ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ । ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗ କରିବ । ପ୍ରତି ବର୍ଷ ଏହି ମହୋତ୍ସବ ଧଉଳି ପାଦ ଦେଶରେ ଅନଷ୍ଠିତ ହେଉଛି । ଏଥିରେ ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଂଗୀତ ମାଧ୍ୟମରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରନ୍ତି ।
ଚଳିତ ବର୍ଷ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଲୋକ ନୃତ୍ୟ ଓ ଦେଶ ବିଦେଶର ସମରକଳା ପ୍ରଦର୍ଶନ କରାଯିବ । ଆଗାମୀ ପିଢୀଙ୍କୁ ସଂସ୍କୃତି ପରମ୍ପରା ଐତିହ୍ୟ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ମହୋତ୍ସବ ଆୟୋଜନ କରାଯାଉଥିବା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ମହୋତ୍ସବରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବୁଦ୍ଧ ସମ୍ପାନରେ ସମ୍ମାନୀତ କରାଯିବ । ୧ ଲକ୍ଷ ଟଙ୍କା ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ । ସେହିଭଳି ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ନାଁ କରିଥିବା ୪ ଜଣ ଗୁରୁଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବ ।

