spot_img

Latest Posts

ଟ୍ୱିଟର ସିଇଓ ହେଲା ମସ୍କଙ୍କ କୁକୁର !

ନୂଆଦିଲ୍ଲୀ: ଟେସଲା ସିଇଓ ତଥା ବିଶ୍ବର ନମ୍ବର ୧ ଧନୀ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତମାନ ପୁଣି ଥରେ ମସ୍କଙ୍କର ଏକ ଅତରଙ୍ଗୀ କାରନାମା ତାଙ୍କୁ ଚର୍ଚ୍ଚାକୁ ନେଇ ଆସିଲା । ବୁଧବାର ଦିନ ଟୁଇଟରର ନୂଆ ସିଇଓ’ଙ୍କ ପରିଚୟ କରାଇଛନ୍ତି ଏଲନ ମସ୍କ। ଏଠାରେ କିନ୍ତୁ ଘଟଣାରେ ଏକ ଟ୍ବିଷ୍ଟ ରହିଛି। ଏଲନ୍ ମସ୍କ୍ ପରାଗ ଅଗ୍ରୱାଲଙ୍କ ଠାରୁ ଯଥେଷ୍ଟ ଭଲ ସିଇଓ କହି ଟୁଇଟର୍ ନୂଆ ‘ସିଇଓ’ଙ୍କ ପରିଚୟ କରାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏଥର ଟୁଇଟରର ନୂଆ ସିଇଓ’ କୌଣସି ଦକ୍ଷ ମଣିଷ ନୁହଁନ୍ତି। ବରଂ ଗୋଟିଏ କୁକୁର। ଏଠାରେ ନିଜ ପୋଷା କୁକୁରକୁ ଟ୍ୱିଟରର ନୂଆ ସିଇଓ ଭାବେ ପରିଚିତ କରାଇଲେ ଏଲନ ମସ୍କ । କହିଲେ, ଅନ୍ୟମାନଙ୍କ ଠାରୁ ମୋ କୁକୁର ସବୁଠୁ ଭଲ। ଯାହାର ନାଁ ରହିଛି ଫ୍ଲୋକି ।

ସୂଚନାଯୋଗ୍ୟ, ‘ସିବା ଇନୁ’ ପ୍ରଜାତିର କୁକୁର ଜାପାନରେ ଖୁବ୍‌ ଆଦରଣୀୟ। ଜାପାନୀ ଭାଷାରେ ‘ଇନୁ’ର ଅର୍ଥ କୁକୁର ଏବଂ ସେଠାକାର ଅତି ପ୍ରାଚୀନ ଭାଷାରେ ‘ସିବା’ର ଅର୍ଥ ହେଉଛି ଟିକି ।

ଏହା ପୂର୍ବରୁ ଟ୍ୱିଟରର ସିଇଓ ଥିଲେ  ପରାଗ ଅଗ୍ରୱାଲ୍ । କିନ୍ତୁ ମସ୍କ ଟ୍ୱିଟରର ମାଲିକ ହେବା ପରେ ପରାଗ ସିଇଓ ପଦରୁ ବାହାରି ଯାଇଥିଲେ । ଅନ୍ୟ ସିଇଓଙ୍କ ଅପେକ୍ଷା ତାଙ୍କ କୁକୁର ‘ଫ୍ଲୋକି’ ଅଧିକ ପାରଙ୍ଗମ ବୋଲି ମସ୍କ ଭାବୁଛନ୍ତି । ୨୦୨୨ରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଥିଲେ  ମସ୍କ । ପରେ ପରାଗଙ୍କ ସମେତ ଅନେକ କର୍ମଚାରୀଙ୍କୁ ବାହାର କରିଦେଇଥିଲେ ମସ୍କ ।

ସୋସିଆଲ୍ ମିଡିଆରେ ଫଟୋ ସେୟାର୍‌ କରିଛନ୍ତି ମସ୍କ୍‌ । ଯେଉଁଥିରେ ଗୋଟିଏ କୁକୁର ବ୍ରାଣ୍ଡେଡ୍ ବ୍ଲାକ୍ ଟି-ସାର୍ଟ ପିନ୍ଧିଥିବା ନଜର ଆସିଛି । ଏହି ସାର୍ଟରେ ସିଇଓ ଲେଖାଯାଇଥିବା ବେଳେ ଟେବୁଲ୍ ଉପରେ ଅନେକ ଡକ୍ୟୁମେଣ୍ଟ ରହିଛି । ଫ୍ଲୋକି ସାମ୍ନାରେ ଲାପଟପ୍ ରହିଛି, ଯେଉଁଥିରେ ଟ୍ୱିଟର ଲୋଗୋ ରହିଛି । ଏଭଳି ଫଟୋ ଶେୟାର କରି ମସ୍କ ଲେଖିଛନ୍ତି, ‘ଟୁଇଟର୍‌’ର ନୂଆ ‘ସିଇଓ’ ଖୁବ୍ ଅମେଜିଂ। ଅନ୍ୟମାନଙ୍କ ତୁଳନାରେ ବହୁତ ଭଲ । ମସ୍କ ଏଭଳି କହି ସିଧାସଳଖ ପରାଗ ଅଗ୍ରୱାଲଙ୍କୁ ଟାର୍ଗେଟ୍ କରିଥିବା ଚର୍ଚ୍ଚା ହେଉଛି ।

 

 

Latest Posts

Don't Miss