spot_img

Latest Posts

ବକ୍ସ ଅଫିସରେ ଧମାଲ କରୁଛି ଶାହରୁଖଙ୍କ ‘ପଠାନ’; ୫୦୦ କୋଟି କ୍ଲବରେ ସାମିଲ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଶାହରୁଖଙ୍କ ‘ପଠାନ’। ବକ୍ସ ଅଫିସରେ ୫୦୦ କୋଟି କ୍ଲବରେ ସାମିଲ ହୋଇଛି ଶାହରୁଖ ଓ ଦୀପିକାଙ୍କ ଅଭିନୀତ ଏହି ଫିଲ୍ମ। ଦଙ୍ଗଲ, ପିକେ, ଟାଇଗର ଜିନ୍ଦା ହେ’ କୁ ପଛରେ ପକାଇଛି ଏହି ବଲିଉଡ ଫିଲ୍ମ । । ଖାଲି ଏତିକି ନୁହେଁ ପଠାନର କ୍ରେଜକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି #PathaanDay ।  ଆଜି ପର୍ଯ୍ୟନ୍ତ କୌଣସି ବଲିଉଡ୍ ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହୋଇପାରିନଥିଲା । ଆସନ୍ତୁ ଜାଣିବା କେଉଁ ସୁପରହିଟ୍ ଫିଲ୍ମ କେତେ ଆୟ କରିଛନ୍ତି ।

ପଠାନ– ୫୦୨ କୋଟି

ଦଙ୍ଗଲ– ୩୮୭.୩୮ କୋଟି

ସଞ୍ଜୁ– ୩୪୨.୮୬ କୋଟି

ପିକେ– ୩୪୦.୮୦ କୋଟି

ଟାଇଗର ଜିନ୍ଦା ହେ– ୩୩୯.୧୬ କୋଟି

ବଜରଙ୍ଗୀ ଭାଇଜାନ– ୩୨୦.୩୪ କୋଟି

ୱାର୍– ୩୧୮ କୋଟି

ତେବେ ଖୁବଶୀଘ୍ର ‘ପଠାନ’ ସାଉଥ୍ ଫିଲ୍ମ ବାହୁବଳୀ ୨କୁ ପଛରେ ପକାଇବ ବୋଲି ଚର୍ଚ୍ଚା ହେଉଛି । ଏହି ସାଉଥ୍ ଫିଲ୍ମ ବକ୍ସ ଅଫିସରେ ୫୧୦.୯୯ କୋଟି ଟଙ୍କା ଇନକମ୍ କରିଥିଲା । ୫୦୦ କୋଟି କ୍ଲବରେ ସାମିଲ ହେବା ପରେ ୟଶରାଜ ବ୍ୟାନର ଖୁବ୍ ଖୁସି ଥିବା ଜଣାପଡିଛି। ଏଥିପାଇଁ ଦର୍ଶକଙ୍କ ପାଇଁ ସ୍ପେଶାଲ୍ ଅଫର ମଧ୍ୟ ଦେଇଛି । ଫେବୃଆରୀ ୧୭କୁ ପଠାନ ଡେ ଭାବେ ସେଲିବ୍ରେଟ୍ କରିବା ସହ INOX, Cinepolis ରେ ଟିକେଟ୍ ପ୍ରାଇସ୍ ୧୧୦ ଟଙ୍କା କରିଦିଆଯାଇଛି ।

Latest Posts

Don't Miss