ନକଲି ଔଷଧ କାରବାର କରି ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସର ମାଲିକ ଗିରଫ
1 min read![](https://www.nandighoshatv.com/wp-content/uploads/2023/02/ନକଲି-ଔଷଧ-ଅସଲ-ଠକ-ଗିରଫ-1024x576.jpg)
କଟକ: ନକଲି ମେଡ଼ିସିନ କାରବାର ଘଟଣାରେ କାର୍ଯ୍ୟାନୁଷ୍ଠାନ । ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସର ମାଲିକ ବିଜୟ ଅଗ୍ରୱାଲକୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ । ଗତକାଲି ରାତିରେ ଏହି ଏଜେନ୍ସି ଉପରେ ଚଢ଼ାଉ କରି ଡ୍ରଗ ବିଭାଗ ଅଢେଇ ଲକ୍ଷ ଟଙ୍କାର ନକଲି ମେଡ଼ିସିନ ଜବତ କରିବା ସହିତ ବିଜୟଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ।
ରେଡ୍ ବେଳେ 1145 ଷ୍ଟ୍ରିପ୍ ଓ-ଟୁ ମେଡିସିନ ଜବତ ହୋଇଥିଲା । ପୋଲିସ ଗତକାଲି ଠାରୁ ବିଜୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ବିଜୟ ବେଆଇନ ଭାବରେ ଦିଲ୍ଲୀ, ଲକ୍ଷ୍ନୌ ମଧ୍ୟପ୍ରଦେଶରୁ ମେଡିସିନ ଆଣି ବ୍ୟବସାୟ କରୁଥିଲେ । ସେ ବିକିଥିବା ସମସ୍ତ ମେଡିସିନ ବ୍ୟବସାୟୀଙ୍କ ୟୁନିଟ ଉପରେ ଯାଞ୍ଚ କରାଯିବ । ଡ୍ରଗ ବିଭାଗ ଓ ପୋଲିସ ବାହାର ରାଜ୍ୟକୁ ଯାଇ ମେଡିସିନ ଦେଇଥିବା ଏଜେନ୍ସି ଉପରେ ଯାଞ୍ଚ କରିବ ବୋଲି ସୂଚନା ମିଳିଛି ।