spot_img

Latest Posts

ଖେଚୁଡି ରାନ୍ଧିବା ଶିଖିଲେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ,ଭାଇରାଲ ହେଉଛି ଭିଡିଓ

ନୂଆ ଦିଲ୍ଲୀ : ଭାରତ ଆସିଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ । ଭାରତ ଆସିବା ପରେ ବର୍ତ୍ତମାନ ସବୁଆଡେ ଛାଇ ଯାଇଛନ୍ତି ଗେଟ୍ସ । ତା’ ସହ ପୁଣି ଭାରତର ସବୁଠାରୁ ପାରମ୍ପରିକ ଖାଦ୍ୟ ରାନ୍ଧିବା ବି ଶିଖିଛନ୍ତି।  ଭାରତର ପ୍ରସିଦ୍ଧ ଖାଦ୍ୟ ଖେଚୁଡି ରାନ୍ଧିବା ଶିଖିଲେ ବିଲ୍ ଗେଟ୍ସ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ଶିଖିଲେ ରାନ୍ଧିବା ପଦ୍ଧତି। ଦୁହିଁଙ୍କର ଖେଚୁଡି ରାନ୍ଧିବାର ଭିଡିଓ ଏବେ ଭାଇରାଲ ହେଉଛି। ଏଠାରେ କହି ରଖୁଛୁ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭାରତ ଗସ୍ତରେ ଅଛନ୍ତି। ଗୁରୁବାର ଦିନ ଜଣେ ଶିଶୁର ଅନ୍ନପ୍ରସନ୍ନ ଉତ୍ସବରେ ସେ ଯୋଗ ଦେଇଥିଲେ। ଭାରତର ପାରମ୍ପାରିକ ଖାଦ୍ୟ ଏବଂ ଶରୀର ପାଇଁ ଏହାର ଗୁରୁତ୍ବକୁ ବୁଝିବା ପରେ ବିଲ୍ ଗେଟ୍ସ ଖୁବ ପ୍ରଶଂସା ମଧ୍ୟ କରିଥିଲେ। ଖାସ ସେଥିପାଇଁ ସେ ସ୍ମୃତି ଇରାନୀଙ୍କଠାରୁ ଖେଚୁଡି ରାନ୍ଧିବାର ପଦ୍ଧତି ମଧ୍ୟ ଶିଖିଲେ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ସଶକ୍ତିକରଣ ତଥା ମହିଳାମାନଙ୍କ ଉତ୍ସବ କାର୍ଯ୍ୟକ୍ରମରେ ବିଲ୍ ଗେଟ୍ସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ମହିଳା ଏବଂ ଶିଶୁଙ୍କ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୋଷଣ ୨.୦ ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀଙ୍କୁ ଭେଟି ଥିଲେ ବିଲ୍ ଗେଟ୍ସ। ଅନ୍ୟପଟେ ସେହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି ଯୋଜନା ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

ଏହା ସହ ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେକରନଙ୍କୁ ଭେଟିଛନ୍ତି ବିଲ୍ ଗେଟ୍ସ । ସେହି ସାକ୍ଷାତକାରର କିଛି ମୁହୂର୍ତ୍ତର ଫଟୋ ସେ ଟୁଇଟରରେ ସେୟାର କରିଛନ୍ତି।

ଯେଉଁ ଫଟୋରେ ଦେଖିବାକୁ ମିଳିଛି ଯେ  ରତନ ଟାଟା ଏବଂ ଏନ ଚନ୍ଦ୍ରଶେକରନଙ୍କୁ ବିଲ୍‌ ଗେଟ୍ସ କିଛି ପୁସ୍ତକ ଉପହାରରେ ଦେଉଛନ୍ତି। ଗେଟ୍ସ ତାଙ୍କର ” ହାଓ ଟୁ ପ୍ରିଭେଣ୍ଟ ଦ ନେକ୍ସଟ ପାନଡେମିକ୍‌” ଏବଂ ”ହାଓ ଟୁ ଆଭଏଡ ଏବଂ କ୍ଳାଇମେଟ୍‌ ଡିଜାଷ୍ଟର” ପୁସ୍ତକ ଉଭୟଙ୍କୁ ଦେଇଥିଲେ। ଏହା ଛଡା ପୁଣି ବିଲ୍ ଗେଟ୍ସ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ ଏବଂ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟିଥିଲେ।  ଯେତେବେଳେ ରତନ ଟାଟା ଏବଂ ବିଲଗେଟ୍ସଙ୍କ କଥା ଉଠେ ସମସ୍ତଙ୍କ ମୁହଁରେ ଉଭୟଙ୍କ ମହାନତାର ଚର୍ଚ୍ଚା ହୋଇଥାଏ।

Latest Posts

Don't Miss