spot_img

Latest Posts

ସନ୍ଦେହ ବଢ଼ାଇଲା ଫାର୍ମ ହାଉସରୁ ମିଳିଥିବା ଆପତ୍ତିଜନକ ମେଡିସିନ

ଦିଲ୍ଲୀ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକଙ୍କ ମୃତ୍ୟୁଙ୍କୁ ନେଇ ପୋଲିସକୁ ମିଳିଛି ନୂଆ ତଥ୍ୟ। ଦିଲ୍ଲୀ ବିଜବାସନ ସ୍ଥିତ ମାଲ୍ଲୁ ଫାର୍ମ ହାଉସରୁ ଜବତ ହୋଇଛି ଆପତ୍ତିଜନକ ମେଡିସିନ୍।

ସେହି ଫାର୍ମହାଉସରେ ଆୟୋଜିତ ହୋଇଥିବା ହୋଲି ଖେଳରେ ଯୋଗଦେବା ପରେ ସତୀଶ ଅସୁସ୍ଥ ହୋଇ ପଡିଥିଲେ। ପରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମସ୍ତ ମେଡିସିନକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ। ଏବେ ପୋଷ୍ଟମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ଫାର୍ମ ହାଉସ ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କ ବୋଲି ସୂଚନା ରହିଛି। ଗତ ଗୁରୁବାର ସତୀଶ ଚନ୍ଦ୍ର କୌଶିକଙ୍କ ମୃତ୍ୟୁ ହୋଇଥିଲା।

Latest Posts

Don't Miss