spot_img

Latest Posts

ବାରିପଦା ବନଖଣ୍ଡ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ୪ ଗିରଫ

ବାରିପଦା ବନଖଣ୍ଡ ବିଭାଗ ଦ୍ଵାରା କୁଳିଅଣା ନିକଟସ୍ଥ ଏକ ଢାବାରେ ଡିଲ ଚାଲିଥିବା ସମୟରେ ଚଢ଼ାଉ କରାଯାଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଏହି ଘଟଣାରେ ୪ ଜଣ ଗିରଫ ହେବା ସହ ଏକ ବୋଲେର ଓ ଏକ କାର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସାରସକଣା ଅଞ୍ଚଳର ପ୍ରେମ ଖାଲା ମୁର୍ମୁ, ଗୋରୁମହିଷାଣି ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଓ ବାଦାମପାହାଡ଼ ଅଞ୍ଚଳର ଶରତ କୁମାର ମହାନ୍ତ ଓ ପ୍ରଦୀପ କୁମାର ମହାକୁଡ଼।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ଗତକାଲି ରାତିରେ ବାରିପଦା  ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇ ଜୀବନ୍ତ ଅବସ୍ଥାରେ ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ  ଗିରଫ ହେଇଥିବା ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂମ  ମଲ୍ଲିକ । ')}

Latest Posts

Don't Miss