ରାଘବ ଜେନା ଘର ଉପରେ ବୁଲିଲା ବୁଲଡୋଜର, ୩୦ ଘର ମାଟିରେ ମିଶିଲା
![](https://www.nandighoshatv.com/wp-content/uploads/2023/04/ମାଟିରେ-ମିଶିଲା-ରାଘବ-ଜେନା-ଘର-1024x576.jpg)
ଭୁବନେଶ୍ବର: ୧୦ କୋଟିର ଜମି ପଜେସନ ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କାର୍ଯ୍ୟାନୁଷ୍ଠାନ । ମାଷ୍ଟର ମାଇଣ୍ଡ ରାଘବ ଜେନାର ଘର ଭାଙ୍ଗୁଛି ପୋଲିସ । ସରକାରୀ ଜମିରେ କରିଥିବା ୩୦ରୁ ଅଧିକ ଘର ଭାଙ୍ଗୁଛି ପୋଲିସ । ଏନେଇ ବିଡିଏ ଓ ବିଏମସି ସହାୟତାରେ ନୋଟିସ ଜାରି କରିଥିଲା ପୋଲିସ ।
ଆଜି ଝାରପଡାରେ ଅପରାଧୀର ଘର ଭାଙ୍ଗୁଛି ବୁଲଡୋଜର । ଗତକାଲି ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମାଷ୍ଟର ମାଇଣ୍ଡ ରାଘବ ଜେନା ଏବେ ବି ଫେରାର ଅଛି । ତାକୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ ଚଳାଇଛି ।