spot_img

Latest Posts

ରାଜରାସ୍ତାରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ଓ୍ବାର୍ମଅପ୍, ଦେଖନ୍ତୁ

ନୂଆଦିଲ୍ଲୀ: ରାଜରାସ୍ତାରେ ରେସଲରଙ୍କ ଓ୍ବାର୍ମ-ଅପ୍ ସେସନ । ସାରାରାତି ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ସକାଳୁ ରାଜଧାନୀ ରାଜରାସ୍ତାରେ ଓ୍ବାର୍ମଅପ୍ କରୁଥିବା ଦେଖାଯାଇଛି । ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ପ୍ରମୁଖ ବ୍ୟାୟାମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି।

କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ନେତା ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ୪ଦିନ ହେବ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିବା କୁସ୍ତିଯୋଦ୍ଧା ରାସ୍ତାରେ ବସି ନ୍ୟାୟ ଭିକ୍ଷା କରୁଛନ୍ତି । ହେଲେ ସେମାନଙ୍କ ପ୍ରତି ସରକାରଙ୍କ ତିଳେ ମାତ୍ର ଦରଦ ନଥିବା ମନେହେଉଛି । ବିଜେପିର ବାହୁବଳି ନେତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ନେଉନାହାନ୍ତି ସରକାର ? ତ୍ରିରଙ୍ଗାର ମାନ ବଢ଼ାଇଥିବା କୁସ୍ତିଯୋଦ୍ଧାଙ୍କ ପାଇଁ ସରକାରଙ୍କର ଏ ଚରମ ଅବହେଳା କାହିଁକି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ସେପଟେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ମିଳୁଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ପୋଲିସକୁ ନୋଟିସ କରି ଜବାବ ମାଗିଛନ୍ତି । ରେସଲର ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣଙ୍କ ନାଁରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗ ଆସିଥିବା ବେଳେ ନ୍ୟାୟ ନମିଳିବା ଯାଏଁ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ।

Latest Posts

Don't Miss